Below header

ଅନୁଷ୍କାଙ୍କ ଦାମୀ ବ୍ୟାଗକୁ ନେଇ ଏବେ ସବୁଠି ଚର୍ଚ୍ଚା, ଯାହାର ଦାମ ଶୁଣି ଆପଣଙ୍କ ହୋସ ଉଡିଯିବ

ବଲିଉଡ ସେଲିବ୍ରିଟି ମାନେ ସାଧାରଣତଃ ନିଜ ଦାମୀ ଡ୍ରେସ ଦାମୀ ଜିନିଷ ପାଇଁ ଚର୍ଚ୍ଚାର ପରିସରକୁ ଆସିଥାନ୍ତି । ଏହି ତାଲିକାର ସବୁଠୁ ଉପରେ ବେବୋ କରିନା କପୁରଙ୍କ ନାଁ ହିଁ ଆସିଥାଏ । କିନ୍ତୁ ଏହି ଥର ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବ୍ୟାଗ ଚର୍ଚ୍ଚାର ପରିସରକୁ ଆସିଛି । କିଛି ଦିନ ପୂର୍ବେ ପତି ବିରାଟ କୋହଲିଙ୍କ ସହ ଅନୁଷ୍କା ଏକ ଦାମୀ ବ୍ୟାଗ ସହ ସର୍ବସାଧାରଣରେ ନଜରକୁ ଆସିଥିଲେ । ଏହି କଳା ରଙ୍ଗର ପ୍ରିଣ୍ଟେଡ ବ୍ୟାଗର ଦାମ ଜାଣି ଯେ କାହାର ବି ହୋସ ଉଡିଯିବ । ଏହି ବ୍ୟାଗର ପ୍ରକୃତ ଦାମ ହେଉଛି ୧, ୮୪, ୯୮୨ ଟଙ୍କା । ୨୦୨୦ ମସିହା ପାଇଁ christian dior କମ୍ପାନୀ ଏହାକୁ ନିର୍ମାଣ କରିଥିଲେ ।

ପତି ବିରାଟଙ୍କ ସହ ଅନୁଷ୍କା ଏକ ଧଳା ରଙ୍ଗର ଟପ ସହ ବେଲ ବଟମ ପ୍ୟାଣ୍ଟ ପିନ୍ଧିଥିବାର ନଜରକୁ ଆସିଥିଲେ । ଅନେକ ସମୟରେ ମହଙ୍ଗା ବ୍ୟାଗ ବ୍ୟତୀତ ଅନୁଷ୍କାଙ୍କର ଫେସନ ସେନ୍ସ ମଧ୍ୟ କିଛିଟା ଭିନ୍ନ ଥାଏ । କିଛି ଦିନ ଭିତରେ କରାଇଥିବା ଫଟୋ ସୁଟ ଗୁଡିକୁ ଯଦି ଦେଖିବେ ତେବେ ତାଙ୍କ ଭିନ୍ନ ଫେସନ ସେନ୍ସ ଉପରେ ଆପଣ ନିଶ୍ଚିତ ରୂପେ ଧାରଣା ପାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.