ଖୁବଶୀଘ୍ର ବାପା ହେବେ ଅପାରଶକ୍ତି ଖୁରାନା, ସେୟାର କଲେ ଫଟୋ

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଛୋଟ ଭାଇ ଅପାରଶକ୍ତି ଖୁରାନା ଖୁସି ଖବର ଦେବାକୁ ଯାଉଛନ୍ତି। ନିକଟରେ ଅପାରଶକ୍ତି ସୋସିଆଲ ମିଡିଆରେ ନିଜ ପର୍ସନାଲ ଲାଇଫ ସହିତ ଜଡିତ ଖୁସି ଖବର ସେୟାର କରିଛନ୍ତି। ଖୁବଶୀଘ୍ର ଅପାରଶକ୍ତି ବାପା ହେବାକୁ ଯାଉଛନ୍ତି, ଯାହାକୁ ନେଇ ବେଶ ଉତ୍ସାହିତ ରହିଛନ୍ତି। ସେ ନିଜେ ପତ୍ନୀଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି।

ଅପାରଶକ୍ତି ଇନଷ୍ଟାଗ୍ରାମରେ ପତ୍ନୀ ଆକୃତିଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି। ବ୍ଲାକ ଆଣ୍ଡ ହ୍ବାଇଟ ଫଟୋରେ ଆକୃତି ବେବି ବମ୍ପ ଫ୍ଲଣ୍ଟ କରୁଥିବା ନଜର ଆସିଛନ୍ତି। ଆଉ ପତ୍ନୀଙ୍କ ପେଟକୁ ଅପାରଶକ୍ତି ଚୁମ୍ବନ କରୁଛନ୍ତି। ଏହାକୁ ପୋଷ୍ଟ କରି ଅପାରଶକ୍ତି ଲେଖିଛନ୍ତି, ‘ଲକଡାଉନରେ କାମ ବଢିପାରିପାରିଲାନି, ତେଣୁ ଆମେ ଫ୍ଯାମିଲି ବଢାଇଦେଲୁ’।

ଅପାରଶକ୍ତିଙ୍କ ଏହି ଫଟୋରେ ଅନେକ ଜଣାଶୁଣା ସେଲିବ୍ରିଟି ସବୁ କମେଣ୍ଟ ଦେବା ସହିତ ଶୁଭକାମନା ମଧ୍ୟ ଜଣାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.