ଦୀର୍ଘଦିନ ପରେ ମୁହଁ ଖୋଲିଲେ ଟ୍ରମ୍ପ, ଚୀନର ଉହାନରୁ ହିଁ ଆସିଛି କରୋନା

ନୂଆଦିଲ୍ଲୀ : ଶେଷରେ ଶତ୍ରୁ ବି ମାନିଲେ କରୋନା ଭାଇରସ ଚୀନରୁ ଆସିଛି । ଏହା କହିଛନ୍ତି ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । କରୋନା ଭାଇରସ ଚୀନର ଉହାନ ଲ୍ୟାବରୁ ସୃଷ୍ଟି ହୋଇଛି । ପ୍ରଥମରୁ ଏହି କଥା କହି ଆସୁଛି, ଯାହା ଏବେ ସତ୍ୟ ପ୍ରମାଣିତ ହୋଇଛି ବୋଲି ଟ୍ରମ୍ପ କହିଛନ୍ତି । ତଥାକଥିତ ଶତ୍ରୁ ମାନେ କହୁଛନ୍ତି, ଟ୍ରମ୍ପ ଯାହା କହୁଥିଲେ, ତାହା ହିଁ ଠିକ । ତେବେ ତାଙ୍କ ଭାଷାରେ ଶତ୍ରୁ କିଏ, ତାହା ସ୍ପଷ୍ଟ କରିନାହାନ୍ତି ଟ୍ରମ୍ପ । ଚୀନ ଏବେ ସମଗ୍ର ବିଶ୍ୱ ଏବଂ ଆମେରିକାକୁ ୧୦ ଟ୍ରିଲିୟନ ଡଲାର ଦେବା ଉଚିତ ବୋଲି ସେ କହିଛନ୍ତି । ଆମେରିକାର ମହାମାରୀ ବିଶେଷଜ୍ଞ ଡାକ୍ତର ଆଣ୍ଟୋନିଓ ଫାଉସୀଙ୍କ ଇମେଲ ବାର୍ତ୍ତାଳାପକୁ ଅଣଦେଖା କରାଯାଇପାରିବନି ବୋଲି କହିଛନ୍ତି ଟ୍ରମ୍ପ ।

ଆମେରିକାର ମହାମାରୀ ବିଶେଷଜ୍ଞ ଡାକ୍ତର ଆଣ୍ଟୋନିଓ ଫାଉସୀଙ୍କ ଇ-ମେଲକୁ ନେଇ ଏବେ ଝଡ଼ ସୃଷ୍ଟି ହୋଇଛି । ଗତବର୍ଷ ମାର୍ଚ୍ଚ-ଏପ୍ରିଲରେ କରୋନା ଆମେରିକାରେ କାୟା ମେଲାଉଥିବା ବେଳେ ଡାକ୍ତର ଫାଉସୀ ଚୀନର ସିଡିସି ମୁଖ୍ୟଙ୍କ ସହ କରିଥିବା ୮୬୬ ପେଜର ଇମେଲର ଚାଞ୍ଚଲ୍ୟକର ଖୁଲ୍ଲାସା ହୋଇଛି । ଏପଟେ ଆମେରିକା ରାଷ୍ଟ୍ରପତି ବାଇଡ଼େନ ୯୦ ଦିନ ମଧ୍ୟରେ କରୋନା ଭାଇରସ ଉତ୍ପତି ସମ୍ପର୍କରେ ସୂଚନା ଦେବାକୁ ଗୁଇନ୍ଦା ଏଜେନ୍ସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.