Below header

ଭବିଷ୍ୟତ ପ୍ଲାନର ଖୁଲାସା: ବାବା ରାମଦେବ ସୃଷ୍ଟି କରିବେ ଏଲୋପ୍ୟାଥି ଡାକ୍ତର! ପତଞ୍ଜଳି ଯୋଗପୀଠ ନିର୍ମାଣ କରିବ ମେଡିକାଲ କଲେଜ

ଏଲୋପ୍ୟାଥିକୁ ନେଇ ଯୋଗଗୁରୁ ବାବା ରାମଦେବ ଭବିଷ୍ୟତ ପ୍ଲାନର ଖୁଲାସା କରିଛନ୍ତି ଏବଂ କହିଛନ୍ତି କି, ଖୁବ ଜଲଦି ସେ ଦେଶରେ ଏଲୋପ୍ୟାଥିକ ମେଡିକାଲ କଲେଜ ନିର୍ମାଣ କରିବେ। ତାଙ୍କ କହିବା ହେଲା, ପତଞ୍ଜଳି ଯୋଗପୀଠ ଏହି ମେଡିକାଲ କଲେଜ ନିର୍ମାଣ କରିବ। ଯୋଗପୀଠ ଦ୍ୱାରା ଏଲୋପ୍ୟାଥିକ କଲେଜ ନିର୍ମାଣର ଉଦ୍ଦେଶ୍ୟ ହେଉଛି, ଏଲୋପ୍ୟାଥି ଏମବିବିଏସ ଡାକ୍ତର ସୃଷ୍ଟି କରିବା।

ଏଥି ସହିତ ବାବା ରାମଦେବ ଦୋହରାଇଛନ୍ତି କି, ସେ ଏଲୋପ୍ୟାଥି ସହ ଜଡ଼ିତ ଔଷଧ ଏବଂ ଡାକ୍ତରମାନଙ୍କୁ ସମ୍ମାନ କରିଥାନ୍ତି। ଏଲୋପ୍ୟାଥି ଉପରେ ନିଜ ବିବାଦୀୟ ମନ୍ତବ୍ୟକୁ ସ୍ପଷ୍ଟ କରି କହିଥିଲେ, ଏହା ତାଙ୍କର ଔପଚାରିକ ବୟାନ ନ ଥିଲା। ଏହି ପ୍ରସଙ୍ଗକୁ ବଢ଼ାଇ ପ୍ରଚାର କରାଯାଇଥିଲା। ସେ କେବଳ ହ୍ଵାଟ୍ସଆପରେ ମିଳିଥିବା ଏକ ସୂଚନାକୁ ସମସ୍ତଙ୍କୁ ସେୟାର କରୁଥିଲେ। ରାମଦେବ ଆଗକୁ କହିଥିଲେ, ସେ ନିଜ ବୟାନକୁ ନେଇ କ୍ଷମା ମାଗି ସାରିଛନ୍ତି। ତଥାପି ଏହାକୁ ଆହୁରି ବଢାଯାଉଛି।

ବାବା ରାମଦେବ କହିଛନ୍ତି ଯେ ‘ଏଲୋପ୍ୟାଥି ପ୍ରତି ଘୃଣାଭାବର କୌଣସି ପ୍ରଶ୍ନ ଉଠୁନି। କିନ୍ତୁ ଆୟୁର୍ବେଦକୁ ବି ସମ୍ମାନ କରାଯିବା ଉଚିତ। ଏଲୋପ୍ୟାଥି ଔଷଧ ସହିତ ଯୋଗ ମଧ୍ୟ ଜରୁରୀ। ଏହି ଦୁଇଟି ଯାକ ଘାତକ କରୋନା ଭାଇରସଠୁ ଦୂରେଇ ରଖିବାରେ ବଡ଼ ଭୂମିକା ଗ୍ରହଣ କରିବ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.