କରୋନାରେ ସିଙ୍ଗର ଅରିଜିତ ସିଂଙ୍କ ମାଆଙ୍କ ମୃତ୍ୟୁ

କୋଭିଡ ମହାମାରୀରେ ଅନେକ ଲୋକ ମୃତ୍ୟୁ ବରଣ କଲେଣି । ରାଜନେତାଠୁ ଆରମ୍ଭ କରି ଅଭିନେତା କାହାରି ପରିବାରକୁ ଏ ମହାମାରୀ ଛାଡୁନି। ସମସ୍ତଙ୍କୁ ଗ୍ରାସ କରୁଛି । ଏବେ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ମନୋରଞ୍ଜନ ଜଗତର ସବୁଠୁ ପ୍ର୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂଙ୍କ ମାଆଙ୍କ ନିଧନ ହୋଇଛି । କରୋନା ଜନିତ ମାଆର ମୃତ୍ୟୁକୁ ନେଇ ସିଙ୍ଗର ଅରିଜିତ ସିଂ ଭାଙ୍ଗି ପଡିଛନ୍ତି ।

କରୋନାରେ ଆକ୍ରାନ୍ତ ହେବା ପରେ ଅରିଜିତଙ୍କ ମାଆଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯାହା ପରେ ତାଙ୍କର ୨୦ ମଇ ଗୁରୁବାର ଅର୍ଥାତ ଗତକାଲି ମୃତ୍ୟୁ ହୋଇଛି । ଏହାକୁ ନେଇ ତାଙ୍କୁ ସାହାସ ଦେଉଥିବା ଫଲୋର୍ସଙ୍କ ପାଇଁ ସିଙ୍ଗର ୨ ସପ୍ତାହ ପୂର୍ବରୁ ଟ୍ୱିଟ ମଧ୍ୟ କରିଥିଲେ । ଦେଖନ୍ତୁ ସେହି ପୋଷ୍ଟ..

ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଖବରକୁ ଅଭିନେତ୍ରୀ ସ୍ୱସ୍ତିକା ମୁଖାର୍ଜୀ ନିଜ ଆକାଉଣ୍ଟରେ ପୋଷ୍ଟ କରିଥିଲେ । କୋଲକାତାର ଅମ୍ରିରେ ଢ଼ାକୁରିଆ ହସ୍ପିଟାଲରେ ଭର୍ତ୍ତି କରିବାର ସୂଚନା ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.