ଭାଙ୍ଗିଗଲା ଫ୍ୟାନ୍ସଙ୍କ ମନ, ଦୁଇ ବର୍ଷ ବଡ଼ ଆଶନା ଶ୍ରଫଙ୍କ ସହିତ ନିର୍ବନ୍ଧ କଲେ ଗାୟକ ଅରମାନ ମଲିକ

ବଲିଉଡରେ ଲୋକପ୍ରିୟ ଗାୟକ ଅରମାନ ମଲିକ ଆଶନା ଶ୍ରଫଙ୍କ ସହିତ ନିର୍ବନ୍ଧ କରିଛନ୍ତି । ଦୁଇବର୍ଷ ବଡ଼ ଆଶନାଙ୍କ ସହିତ ନିର୍ବନ୍ଧ କରିବା ପରେ ଫ୍ୟାନ୍ସଙ୍କୁ ଫଟୋ ସେୟାର କରି ଚକିତ କରିଦେଇଛନ୍ତି । ଆଶନା ରିଅଲ ଲାଇଫରେ ଜଣେ ୟୁଟ୍ୟୁବର ଏବଂ ବ୍ଲଗର ।

ବଲିଉଡର ଲୋକପ୍ରିୟ ଗାୟକ ଅରମାନ ମଲିକଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଅରମାନ ମଲିକ ୟୁଟ୍ୟୁବର ତଥା ବ୍ଲଗର ଆଶନା ଶ୍ରଫଙ୍କ ସହିତ ନିର୍ବନ୍ଧ କରିଛନ୍ତି । ଆଉ ଏହାର ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି । ଦୁହେଁ ଡ୍ରିମ ଅନ୍ଦାଜରେ ନିର୍ବନ୍ଧ କରିଛନ୍ତି । ଅରମାନ ଏବଂ ଆଶନାଙ୍କ ନିର୍ବନ୍ଧ ଫଟୋ ସାମ୍ନାକୁ ଆସିବା ପରେ ଫ୍ୟାନ୍ସ ଶୁଭେଚ୍ଛା ଜଣାଇଛନ୍ତି ।

ଅରମାନ ମଲିକ ନିଜ ଇନଷ୍ଟାଗ୍ରାମରେ ନିର୍ବନ୍ଧ ଫଟୋ ସେୟାର କରିଛନ୍ତି । ଫଟୋରେ ଅରମାନ ଭାବିପତ୍ନୀ ଆଶନାଙ୍କୁ ଆଣ୍ଠୁରେ ବସି ମୁଦି ପିନ୍ଧାଉଥିବାର ନଜର ଆସିଛନ୍ତି । ଅରମାନଙ୍କ ଏଭଳି ସରପ୍ରାଇଜ ଦେଖି ଆଶନା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଉ ଏକ ଫଟୋରେ ଆଶନା ନିର୍ବନ୍ଧ ମୁଦି ଶୋ କରୁଛନ୍ତି । ତୃତୀୟ ଫଟୋରେ ଅରମାନ ତାଙ୍କୁ କିସ୍‌ କରୁଥିବାର ଦେଖିବାକୁ ମିଳିଛି ।

 

View this post on Instagram

 

A post shared by ARMAAN MALIK 🧿 (@armaanmalik)

ଅରମାନ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ଆମର ଏ ସବୁବେଳର ସାଥ ଏବେ ଠାରୁ ଆରମ୍ଭ । ଏହି ଫଟୋରେ ଟାଇଗର ଶ୍ରଫ, ରିୟା ଚକ୍ରବର୍ତ୍ତୀ, ବରୁଣ ଧଓ୍ଵନଙ୍କ ସହିତ ଅନ୍ୟ ସେଲିବ୍ରିଟି ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

ବଲିଉଡର ବେଶ୍‌ ଲୋକପ୍ରିୟ ଗାୟକ ହେଲେ ଅରମାନ ମଲିକ । ବହୁତ କମ୍‌ ବୟସରୁ ବଲିଉଡରେ ଗୀତ ଗାଇ ଅନେକ ପ୍ରଶଂସା ସାଉଁଟିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.