ପୁଣି ମାମୁଁ ହେଲେ ସଲମାନ୍‌ ଖାନ୍‌, ଭଉଣୀ ଅର୍ପିତାଙ୍କର କଣ ହେଲା ଜାଣନ୍ତୁ ପୁଅ ନା ଝିଅ

ସଲମାନ୍‌ ଖାନଙ୍କ ଭଉଣୀ ଅର୍ପିତା ଭାଇଜାନଙ୍କ ୫୪ତମ ଜନ୍ମଦିନରେ ଏକ ଖାସ୍‌ ଗିଫ୍ଟ ଦେଇଛନ୍ତି। ଏକ ଏମିତି ଉପହାର ଯାହାକୁ ଶୁଣିବା ପରେ ସଲମାନଙ୍କ ସମେତ ତାଙ୍କ ଫ୍ୟାନ ମଧ୍ୟ ଖୁସି ହୋଇଛନ୍ତି। ଜନ୍ମଦିନ ଅବସରରେ ସଲମାନ ଖାନ୍‌ ମାମୁଁ ହୋଇଛନ୍ତି। ଅର୍ପିତା ଖାନ ଏବଂ ଆୟୁଷ ଶର୍ମା ଦ୍ୱିତୀୟ ଥର ପାଇଁ ମାତା-ପିତା ହୋଇଛନ୍ତି। ସଲମାନଙ୍କ ଭଉଣୀ ଅର୍ପିତା ବେବି ଗାର୍ଲକୁ ଜନ୍ମ ଦେଇଛନ୍ତି।

arpitaଆୟୁଷ ଶର୍ମା ବେବିର ଜନ୍ମ ପରେ ଏହି ଖୁସି ଖବର ସମସ୍ତଙ୍କୁ ଶୁଣାଇଲେ। ଅର୍ପିତା ସି-ସେକସନରେ ବେବିକୁ ଜନ୍ମ ଦେଇଛନ୍ତି। ସେ ଏହି ପିଲାକୁ ମୁମ୍ବାଇର ହିନ୍ଦୁଜା ହସପିଟାଲରେ ଜନ୍ମ ଦେଇଛନ୍ତି।

 

View this post on Instagram

 

“The most important thing in the world is family & love”

A post shared by Arpita Khan Sharma (@arpitakhansharma) on

ଅର୍ପିତା ଏବଂ ଆୟୁଷ ଝିଅର ନାମ ମଧ୍ୟ ଘୋଷଣା କରିଦେଇଛନ୍ତି। ସେ ଇନଷ୍ଟାଗ୍ରାମରେ ଝିଅର ନାମକୁ ଜଣାଇଛନ୍ତି। ଇନଷ୍ଟା ପୋଷ୍ଟ ଅନୁଯାୟୀ ତାଙ୍କ ଝିଅର ନାମ ରଖାଯାଇଛି ଆୟତ ଶର୍ମା।

 

 

View this post on Instagram

 

We’ve been blessed with a beautiful baby girl. Thank you so much for all the love and blessings for Ayat Sharma

A post shared by Aayush Sharma (@aaysharma) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.