ଟିକଟକ୍‌ ଷ୍ଟାରଙ୍କୁ ଅଶ୍ଳୀଳ ଫଟୋ ପଠାଉଥିଲେ ଇମରାନ ଖାନଙ୍କ ଏହି ମନ୍ତ୍ରୀ, ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ

ପାକିସ୍ତାନର ରେଳମନ୍ତ୍ରୀ ଶେଖ୍‌ ରସିଦ୍‌ ନିଜ କାର୍ଯ୍ୟ କଳାପ ପାଇଁ ଅଧିକ ଜଣାଶୁଣା। ଏଭଳି କିଛି ଦିନ ନାହିଁ ଯେପରି ପାକିସ୍ତାନୀ ମିଡିଆରେ ତାଙ୍କ ଚର୍ଚ୍ଚା ଦେଖିବାକୁ ମିଳିନଥାଏ। ତାଙ୍କର ଓଲଟା-ସିଧା ବୟାନ ପାକିସ୍ତାନରୁ ନେଇ ଭାରତ ଭଳି ପ୍ରତ୍ୟେକ ଯାଗାରେ ଚର୍ଚ୍ଚାରେ ରହିଛି। ରିପୋର୍ଟ ଅନୁଯାୟୀ ଶେଖ୍‌ ରସିଦ୍‌ ଏବେ ଜଣେ ଟିକଟକ୍‌ ଷ୍ଟାରଙ୍କ ସହ ଭାଇରାଲ ହୋଇଥଇବା କଥାରେ ଫସି ଯାଇଛନ୍ତି।

ଜାଣନ୍ତୁ କଣ ରହିଛି ପୁରା ଘଟଣା?

pak-ପାକିସ୍ତାନର ଅଖବାର ଦ ଟ୍ରିବ୍ୟୁନ ଅନୁଯାୟୀ ଗତ ଗୁରୁବାର ଦିନ ପାକିସ୍ତାନର ସୋସିଆଲ ମିଡିଆ ଷ୍ଟାର ହରିମ ଶାହା ଟିକଟକ୍‌ ରେ ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ସେ ରେଳମନ୍ତ୍ରୀ ଶେଖର ରସିଦ୍‌ଙ୍କ ସହ କଥାବାର୍ତ୍ତା ହେଉଥିବାର ନଜର ଆସିଛନ୍ତି। କଥାବାର୍ତ୍ତା ମଝିରେ ମନ୍ତ୍ରୀ ଶେଖ୍‌ ରସିଦ୍‌ ଅଶୀଳ୍ଳ ଫଟୋ ପଠାଇବା କଥା ଟିକଟକ୍‌ ଷ୍ଟାର ଅଭିଯୋଗ କରିଛନ୍ତି।

ଜାଣନ୍ତୁ ଭିଡିଓରେ କଣ ଥିଲା?

ଭିଡିଓରେ ଦେଖିବାକୁ ମିଳିଛି ରସିଦ୍‌ ଙ୍କ ସହ ତାଙ୍କର ଭିଡିଓ କଲ୍‌ ରେ କଥାବାର୍ତ୍ତା ହୋଇଥିଲା। ହରିମ ଶାହା କହିଛନ୍ତି ସେ କେବେ ବି ମନ୍ତ୍ରୀଙ୍କ ରାଜ୍‌ ଖୋଲିନଥିଲେ ମଧ୍ୟ କାହିଁକି ସେ ତାଙ୍କ ସହ କଥା ହେଉନାହାନ୍ତି। ଉତ୍ତରରେ ରସିଦ୍‌ କହିଥିଲେ, ‘ତୁମର ଯାହା ଇଛା ସେୟା କର’। ଏହାପରେ ହରିମ କହିଥିଲେ- ‘କଣ ଆପଣ ମତେ ପଠାଇଥିବା ସେହି ଅଶୀଳ୍ଲ ଫଟୋକୁ ଭୁଲି ଯାଇଛନ୍ତି କି।’ କିଛି ସମୟ ପରେ ହରିମ ଶାହା ଏହି ଭିଡିଓ ଡିଲିଟ୍‌ କରିଦେଇଥିଲେ। ଶେଷରେ ସେ କହିଥିଲେ କାହାକୁ ନିଚା ଦେଖାଇବା ତାଙ୍କର କୌଣସି ଉଦେଶ୍ୟ ନଥିଲା। କିନ୍ତୁ ଏହା ମଧ୍ୟରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ରିପୋର୍ଟ ଅନୁଯାୟୀ ଏହି ଘଟଣା ପୂର୍ବରୁ ଚଳିତ ବର୍ଷ ଏହି ଦୁଇ ଜଣଙ୍କ ଏକ ସେଲ୍ଫି ମଧ୍ୟ ଭାଇରାଲ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.