ସହଜ ନୁହେଁ କଳାକାର ହେବା, ରାମଙ୍କ ଅଭିନୟ କରିବା ପାଇଁ ଏହି ଖରାପ ଅଭ୍ୟାସ ଛାଡିଦେଇଥିଲେ ଅରୁଣ ଗୋବିଲ୍

୧୯୮୭ରେ ଭାରତୀୟ ଟେଲିଭିଜନରେ ଆରମ୍ଭ ହୋଇଥିବା ରମାନନ୍ଦ ସାଗରଙ୍କ ‘ରାମାୟଣ’ ଖୁବ୍ ଅଳ୍ପ ଦିନ ମଧ୍ୟରେ ଘରେ ଘରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଦେଇଥିଲା । ଲକ୍ଷ ଲକ୍ଷ ଦର୍ଶକ ଏହି ପୌରାଣିକ ଧାରାବାହିକକୁ ଦେଖିବା ପାଇଁ ପ୍ରାୟ ଏକ ପ୍ରକାର ପାଗଳ ଥିଲେ । ତେବେ ଏହି ଧାରାବାହିକର ଏକ ବିଶେଷତ୍ୱ ଥିଲା ଏଥିରେ ଅଭିନୟ କରୁଥିବା କଳାକାର । ଏହି କଳାକାର ମାନେ ଦର୍ଶକଙ୍କ ହୃଦୟରେ ନିଜ ପାଇଁ ଯେଉଁ ସ୍ଥାନ ସୃଷ୍ଟି କରିଥିଲେ ତାହା ଆଜି ଯାଏଁ ଆଉ କେହି କରିପାରିନାହାଁନ୍ତି । ଆଉ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋବିଲ୍ । କୋଟି କୋଟି ଦେଶବାସୀଙ୍କ ହୃଦୟରେ ଅରୁଣଙ୍କ ଛବି ଏବେ ବି ଭଗବାନ ରାମଙ୍କ ରୂପରେ ହିଁ ରହିଛି ।

arun govilରାମଙ୍କୁ ଜାଣିବା ଏବଂ ବୁଝିବା ପାଇଁ ଲୋକମାନେ ଯେତିକି ରାମାୟଣ ପଢିନାହାଁନ୍ତି ତାଠାରୁ ଅଧିକ ଟିଭିରେ ଦେଖିଛନ୍ତି । ଭଗବାନ ରାମଙ୍କ ଚରିତ୍ରରେ ପ୍ରଥମ ଥର ନଜର ଆସିଥିଲେ ଅରୁଣ । ରମାନନ୍ଦ ସାଗରଙ୍କ ବହୁ ଚର୍ଚ୍ଚିତ ସୋ ରାମାୟଣରେ ରାମଙ୍କ ଚରିତ୍ରରେ ନିଖୁଣ ଭାବରେ ଅଭିନୟ କରିବା ସହଜ କଥା ନୁହେଁ । ଏଥିପାଇଁ ଅନେକ କିଛି ତ୍ୟାଗ କରିଥିଲେ ଅରୁଣ ଗୋବିଲ୍ ।

ଏହା ସହ ପଢନ୍ତୁ ଆଖି ମାରି ସବୁ ପୁଅଙ୍କ ହୃଦୟ ଜିତିନେଇଥିବା ପ୍ରିୟାଙ୍କ ଏହି ଭିଡିଓ ଭାଙ୍ଗିଦେଲା ଅନେକଙ୍କ ମନ

ଏହି ସିରିଏଲରେ ରାମଙ୍କ ଚରିତ୍ରକୁ ହାସଲ୍ କରିବା ଅରୁଣ ଗୋବିଲଙ୍କ ପାଇଁ ସହଜ ନଥିଲା । ଏକ ଇଣ୍ଟରଭ୍ୟୁରେ ଅରୁଣ କହିଥିଲେ ଅଡିସନରେ ପ୍ରଥମେ ରମାନନ୍ଦ ସାଗର ତାଙ୍କୁ ରିଜେକ୍ଟ କରିଦେଇଥିଲେ । କାରଣ ରମାନନ୍ଦ ସାଗରଙ୍କ କହିବା ଅନୁଯାୟୀ, ଭଗବାନ୍ ଶ୍ରୀରାମ ଯାହାଙ୍କୁ ମର‌୍ୟ୍ୟାଦା ପୁରୁଷୋତ୍ତମ ରୂପରେ ଜଣାଯାଏ ତାଙ୍କ ଚରିତ୍ରକୁ ପରଦାରେ ଅଭିନୟ କରୁଥିବା ବ୍ୟକ୍ତିଙ୍କ ନିକଟରେ କୌଣସି ଖରାପ ଅଭ୍ୟାସ ରହିବା ଅନୁଚିତ୍ । କିନ୍ତୁ ଅରୁଣ ଗୋବିଲଙ୍କୁ ସିଗାରେଟ୍ ଅଭ୍ୟାସ ଥିଲା । ତେଣୁ ଏହି ରୋଲ୍ ପାଇବା ପାଇଁ ସିଗାରେଟ୍ ଛାଡି ଦେଇଥିଲେ ଅରୁଣ । ଆଉ ଭଗବାନ୍ ଶ୍ରୀରାମଙ୍କ ଅଭିନୟ କରୁ କରୁ ସବୁଦିନ ପାଇଁ ସିଗାରେଟ୍ ଛାଡି ଦେଇଥିଲେ ଅରୁଣ ଗୋବିଲ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.