ଏମିତି ବି ଆସେ ମୃତ୍ୟୁ, ଫୁଟବଲ ଖେଳୁଥିବା ବେଳେ ଆଇନ ଛାତ୍ରଙ୍କ ଅକାଳ ବିୟୋଗ

ଭୁବନେଶ୍ୱର (କେ ନ୍ୟୁଜ୍‌) : ମୃତ୍ୟୁ ଏମିତି ବି ଆସିପାରେ । ଖେଳ ପଡ଼ିଆ ବିଜୟ କି ପରାଜୟ ନୁହେଁ ଦେଲା ମୃତ୍ୟୁ । ଖେଳ ପଡ଼ିଆରେ ଜଣେ ଉଦୀୟମାନ ଯୁବ ଓଡ଼ିଆ ଫୁଟବଲ ଖେଳାଳିଙ୍କ ଲିଭଗଲା ଜୀବନ ଦୀପ । ଶନିବାର ସାଇ କମ୍ପେକ୍ସରେ ଆନ୍ତଃବିଶ୍ୱବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚ୍‌ ଚାଲିଥିବା ବେଳେ ୨୩ ବର୍ଷ ବୟସ୍କ ଓଡ଼ିଶା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଛାତ୍ର ରିତ୍ୱିକ ଦାଶଙ୍କ ମୃତ୍ୟୁ ହୋଇଛି । ଓଡ଼ିଶା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓ ପଶ୍ଚିମବଙ୍ଗ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ମଧ୍ୟରେ ମ୍ୟାଚ ଚାଲିଥିଲା । ଏହି ସମୟରେ ରିତ୍ୱିକ ପଡ଼ିଆରେ ହଠାତ୍‌ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରିତ୍ୱିକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଫୁଟବଲ ଦଳର ଅଧିନାୟକ ଥିଲେ । ରିତ୍ୱିକଙ୍କ ଅନ୍ତିମ ସଂସ୍କାର କଟକ ଖାନ୍‌ନଗର ଶ୍ମସାନରେ କରାଯାଇଛି । ଆଉ ତାଙ୍କୁ ମୁଖାଗ୍ନି ଦେଇଥିଲେ ତାଙ୍କ ଭଉଣୀ । ରିତ୍ୱିକ୍‌ଙ୍କ ଅକାଳ ବିୟୋଗରେ ପରିବାର ଲୋକ ସ୍ତବ୍‌ଧ ହୋଇ ଯାଇଥିବା ବେଳେ, ଦଳର ଅନ୍ୟ ଖେଳାଳି, ସାଙ୍ଗସାଥୀ ଓ ଏନ୍‌ଏଲ୍‌ୟୁ ଅଧ୍ୟାପକ ଅଧ୍ୟାପିକା ଗଭୀର ଶୋକ ପ୍ରକାଶ କରିଛନ୍ତି । ରିତ୍ୱିକଙ୍କ ବାପା ରଶ୍ମି ରଞ୍ଜନ ଦାଶ ଅର୍ଥ ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିବା ବେଳେ ମା’ ସୁମନ ମହାନ୍ତି ପୂର୍ବତଟ ରେଳବାଇରେ କାମ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.