ଦୁବାଇ କିମ୍ବା ସିଙ୍ଗାପୁର ନୁହେଁ ଏନସିବି ଅଫିସରେ କଟିଲା ଆର୍ଯ୍ୟନଙ୍କ ଜନ୍ମଦିନ, ରାତି ସାଢେ ୧୧ ପର୍ଯ୍ୟନ୍ତ ଚାଲିଲା ପଚରାଉଚରା

ଜେଲରୁ ମୁକୁଳିବା ପରେ ଆର୍ଯ୍ୟନ ସୁନା ପୁଅ ହୋଇଯାଇଛନ୍ତି। ଯେଉଁ ପିଲା ନିଜର ଜନ୍ମଦିନ ଦୁବାଇ କିମ୍ବା ସିଙ୍ଗାପୁରରେ ପାଳନ କରୁଥିଲା ଏବେ ନିଜ ଜନ୍ମଦିନ ପାଳନ କରୁନାହିଁ। ଆର୍ଯ୍ୟନଙ୍କ ଜନ୍ମଦିନ ୧୩ ନଭେମ୍ବରରେ ହୋଇଥିବା ବେଳେ ଜନ୍ମଦିନ କୌଣସି ପାର୍ଟି କିମ୍ବା ସେଲିବ୍ରେସନରେ ନୁହେଁ ବରଂ ଏନସିବି ଅଫିସରେ ପଚରାଉଚରାରେ କଟିଛି। ଜନ୍ମଦିନରେ ଏନସିବି ଆର୍ଯ୍ୟନଙ୍କୁ ପାଖାପାଖି ୬ ଘଣ୍ଟା ପଚରାଉଚରା କରିଥିଲା। ଆର୍ଯ୍ୟନଙ୍କୁ ଏନସିବି ପଚରାଉଚରା ପାଇଁ ସନ୍ଧ୍ୟା ସମୟରେ ନବୀ ମୁମ୍ବାଇ ଡାକିଥିଲା। ତେବେ ୬ ଘଣ୍ଟାର ପଚରାଉଚରା ପରେ ଆର୍ଯ୍ୟନ ରାତି ୧୧.୩୬ରେ ସେଠାରୁ ବାହାରି ଘରକୁ ଯାଇଥିଲେ।ଶାହରୁଖ ଓ ଗୌରୀଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗତ କିଛି ଦିନ ପୂର୍ବରୁ ଜେଲରୁ ମୁକ୍ତ ହୋଇଛନ୍ତି।

ଏନସିବିଙ୍କ ଅଫିସକୁ ଆର୍ଯ୍ୟନ ଯିବା ବେଳେ ତାଙ୍କ ସହିତ ତାଙ୍କ ଓକିଲ ମଧ୍ୟ ସାଙ୍ଗରେ ସାମିଲ ଥିଲେ। ଆର୍ଯ୍ୟନ ଡ୍ରଗ କେସରେ ଫସିବା ପରେ ଦୀର୍ଘ ୨୮ ଦିନ ଜେଲରେ ରହିଥିଲେ। ଆର୍ଯ୍ୟନଙ୍କ ଜାମିନ ପାଇଁ ଶାହରୁଖ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଆର୍ଯ୍ୟନଙ୍କୁ ୧୪ଟି ସର୍ତ୍ତରେ ଜାମିନ ଦେଇଛନ୍ତି।

ଏହି ସର୍ତ୍ତ ଯୋଗୁଁ ଆର୍ଯ୍ୟନ ପ୍ରତି ଶୁକ୍ରବାର ସକାଳ ୧୧ରୁ ଦିନ ୨ଟା ପର୍ଯ୍ୟନ୍ତ ଏନସିବି ଅଫିସରରେ ହାଜର ରହିବେ । ତେଣୁ ଆର୍ଯ୍ୟନ ଏନସିବି ଅଫିସରେ ପ୍ରତି ଶୁକ୍ରବାର ହାଜର ହେବା ପାଇଁ ଯାଉଛନ୍ତି। କୋର୍ଟଙ୍କ ବିନା ଅନୁମତିରେ ଆର୍ଯ୍ୟନ ମୁମ୍ବାଇରୁ ବାହାରକୁ ମଧ୍ୟ ଯାଇପାରିବେ ନାହିଁ। ଅରବାଜ ଓ ମୁନମୁନଙ୍କ ପାଇଁ ବି ଲକ୍ଷେ ଟଙ୍କାର ବଣ୍ଡ ରଖାଯାଇଛି । ଏହା ସହିତ ଏମାନଙ୍କୁ ନିଜ ନିଜ ପାସ୍ପୋର୍ଟ ଦାଖଲ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଏମାନେ ବିନା ଅନୁମତିରେ ଦେଶ ବାହାରକୁ ଯାଇପାରିବେ ନାହିଁ । ଆଉ ଶୁକ୍ରବାର ସେମାନଙ୍କୁ ଯେମିତି ହେଲେ ବି ହାଜିରା ପକେଇବାକୁ ପଡିବ । କୋର୍ଟ ଅର୍ଡର ଅନୁଯାୟୀ ଆର୍ଯ୍ୟନ ଏବଂ ତାଙ୍କ ସହଯୋଗୀ ମାନେ ଆଗକୁ କୌଣସି ପ୍ରକାର କାମରେ ସଂଶ୍ଲିଷ୍ଟ ହେବେ ନାହିଁ । କି ଏମାନେ ପରସ୍ପର ସହିତ ସହ କଥା ହେବେ ନାହିଁ । କି କୌଣସି ସାକ୍ଷୀଙ୍କୁ ଭୁଲାଇବାକୁ ଚେଷ୍ଟା କରିପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.