ପ୍ରେମ ଜାଲରେ ଫସାଇ ଯୁବତୀଙ୍କୁ ପ୍ରତାରଣା, ତାପରେ ହତ୍ୟା: ବର୍ଷେ ପରେ ଡେମୋ ଦେଖାଇଲା ଅଭିଯୁକ୍ତ

ବାଂଶପାଳ(କେନ୍ଯୁଜ୍): ପ୍ରେମ ଜାଲରେ ଫସାଇ ଯୁବତୀଙ୍କୁ ପ୍ରତାରଣା, ପରେ ହତ୍ୟା । ହତ୍ୟା କରିବାର ବର୍ଷେ ପରେ ଡେମୋ ଦେଖାଇଲା ଅଭିଯୁକ୍ତ । ଦୀର୍ଘ ବର୍ଷେ ପରେ ପ୍ରେମିକାଙ୍କ ହାଡ଼ ଓ ଚୁଡି ଉଦ୍ଧାର କରିଛି ପୋଲିସ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅଞ୍ଚଳରେ ।

ଉପରକାଦଳା ଗାଁର ଚକ୍ରଧର ଘଣା ନୟାକୋଟ ଗାଁର ନବାତ ଡାଙ୍ଗୁଆଙ୍କୁ ପ୍ରେମ ବିବାହ କରିିଥିଲେ । ଭିନ୍ନ ଜାତିର ହୋଇଥିବାରୁ ବିବାହ ପାଇଁ ଚକ୍ରଧରଙ୍କ ପରିବାର ରାଜି ନହେବାରୁ ଦୁହେଁ ଘର ଛାଡି ପ୍ରଥମେ କଟକ ଓ ପରେ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଠାରେ ରହୁଥିଲେ । ତେବେ ଗତ ଜୁଲାଇ ମାସରେ ଚକ୍ରଧର ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ପରେ ନବାତଙ୍କ ପରିବାର ଲୋକଙ୍କର ସନ୍ଦେହ ବଢିଥିଲା । ଝିଅ କେଉଁଠି ବୋଲି ପ୍ରଶ୍ନ କରିବା ପରେ ସନ୍ତୋଷ ଜନକ ଉତ୍ତର ନମିଳିବାରୁ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ । ଏନେଇ ପୋଲିସ ଚକ୍ରଧରଙ୍କୁ ପଚରାୁଉଚୁରା କରିବା ପରେ ହତ୍ୟା କରିଥିବା ସ୍ୱୀକାର କରିଛି ଅଭିଯୁକ୍ତ ଚକ୍ରଧର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.