ଫୋନ୍‌ରେ କଥା ହେଉଥିଲେ, ହଠାତ୍ କଣ ହେଲାଯେ ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ଯୁବତୀ !

ରେଢ଼ାଖୋଲ(କେନ୍ଯୁଜ୍): ରେଳ ଷ୍ଟେସନ ପାଖରେ ମୋବାଇଲ ଧରି କାହା ସହ କଥା ହେଉଥିଲେ। ମୋବାଇଲରେ କଥା ହେଲା ବେଳେ ଜୋରରେ କାନ୍ଦୁଥିଲେ। ଭାରି ବ୍ୟସ୍ତ ମଧ୍ୟ ଜଣାପଡୁଥିଲେ। କେହି କିଛି ବୁଝିବା ପୂର୍ବରୁ ଯୁବତୀ ଜଣକ ମାଲ ବୋଝେଇ ଟ୍ରେନ ସାମ୍ନାକୁ ଡେଇଁ ପଡ଼ିଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଳ ଷ୍ଟେସନରେ। ଯୁବତୀଙ୍କ ବୟସ ପାଖାପାଖି ୨୫ ହେବ। ତେବେ ତାଙ୍କ ପରିଚୟ ଏଯାଏ ମିଳିପାରିନାହିଁ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଯୁବତୀ ଜଣଙ୍କ ରେଲୱେ ଟ୍ରାକ୍‌ ନିକଟରେ ମୋବାଇଲେ କଥା ହେଉଥିଲେ। କଥା ହେଲା ବେଳେ କାନ୍ଦୁଥିଲେ ଓ ଭାରି ବ୍ୟସ୍ତ ଥିବା ଜଣାପଡ଼ୁଥିଲେ। ପରେ ସେହି ଟ୍ରାକରେ ଏକ ମାଲ ବୋଝେଇ ଟ୍ରେନ ଆସିବାରୁ ତା’ ସାମ୍ନାକୁ ହଠାତ ଡେଇଁ ପଡ଼ିଥିଲେ ଯୁବତୀ ଜଣଙ୍କ। ମାଲବାହୀ ଟ୍ରେନ ଡ୍ରାଇଭର ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ଜାଣି ପାରି ଟ୍ରେନକୁ ଅଟକାଇ ଦେଇଥିଲେ। ଏନେଇ ସେ ଜିଆରପି ପୋଲିସ ଓ ଲାଇନମ୍ୟାନକୁ ଖବର ଦେଇଥିଲେ। ଯୁବତୀଙ୍କ ବ୍ୟାଗ ଅନ୍ୟ ଏକ ଟ୍ରାକରେ ପଡ଼ିଛି। ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.