ପ୍ରତିବର୍ଷ ଶାହାରୁଖ୍‌ଙ୍କ ପାଇଁ ଚନ୍ଦ୍ରରେ ଜାଗା କିଣୁଛନ୍ତି ଏହି ଅଷ୍ଟ୍ରେଲିଆନ୍‌ ଫ୍ୟାନ୍‌

ବଲିଉଡ୍‌ର କିଙ୍ଗ୍‌ କହିଲେ ଶାହାରୁଖ ଖାନ୍‌ଙ୍କୁ ବୁଝାଇଥାଏ। ନିଜ ଦମ୍‌ଦାର ଆକ୍ଟିଂ ସହ ରୋମାନ୍ସ ପାଇଁ ଏହି ଆକ୍ଟର ପ୍ରସିଦ୍ଧ। ରୋମାଣ୍ଟିକ୍‌ ସିନ୍‌ରେ ଶାହାରୁଖ୍‌ଙ୍କ ଆକ୍ଟିଂ ଦେଖିଲେ ଯେ କେହି ବି ତାଙ୍କ ପ୍ରେମରେ ପଡ଼ିଯିବ। ଜୀବନ୍ତ ଅଭିନୟ ପାଇଁ କେବଳ ଭାରତ ନୁହେଁ ଦେଶ ବାହାରେ ମଧ୍ୟ ଶାହାରୁଖ୍‌ଙ୍କ ହଜାର ହଜାର ଫ୍ୟାନ୍‌ ରହିଛନ୍ତି।

ତେବେ ଭାରତ ବାହାରେ ଶାହାରୁଖ୍‌ଙ୍କର ଜଣେ ଏମିତି ଫ୍ୟାନ୍‌ ଅଛନ୍ତି ଯିଏ ଅନ୍ୟ ସବୁ ଫ୍ୟାନ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ଅଷ୍ଟ୍ରେଲିଆର ଜଣେ ମହିଳା ଫ୍ୟାନ୍‌ ଶାହାରୁଖ୍‌ଙ୍କ ପାଇଁ ପ୍ରତିବର୍ଷ ଚନ୍ଦ୍ରରେ ଜାଗା କିଣିଥାନ୍ତି ବୋଲି ନିକଟରେ ଜଣାଯାଇଛି। ସେହି ମହିଳାଙ୍କ ସହ ଶାହାରୁଖ ମଧ୍ୟ ଦେଖା କରିସାରିଛନ୍ତି। ଏବେ ଇମେଲ୍‌ ମାଧ୍ୟମରେ ଉଭୟେ ଯୋଗାଯୋଗରେ ଥିବା ଜଣାଯାଇଛି। ଜହ୍ନରେ ଜାଗା କିଣିଥିବାରୁ ପ୍ରତିବର୍ଷ ମହିଳାଙ୍କୁ ଲୁନାର ରିପବ୍ଲିକ୍‌ ସୋସାଇଟି ତରଫରୁ ପ୍ରମାଣପତ୍ର ମଧ୍ୟ ମିଳୁଛି।

ଏହାସହ ପଢ଼ନ୍ତୁ: ପ୍ରଥମ ବିବାହ ଦେଇପାରିନି ସୁଖ, ଡିଭୋର୍ସ ପରେ ପ୍ରକୃତ ପ୍ରେମ ପାଇଛନ୍ତି ଏହିସବୁ ସେଲିବ୍ରିଟି

 

View this post on Instagram

 

Oops! still don’t have black eyes 👀 😋 #26YearsOfBaazigar

A post shared by Kajol Devgan (@kajol) on

ସୂଚନଯୋଗ୍ୟ ଯେ ନିକଟରେ ଶାହାରୁଖ ଖାନ୍‌ ଓ କାଜଲଙ୍କ ଅଭିନୀତ ଫିଲ୍ମ ବାଜିଗରକୁ ୨୬ ବର୍ଷ ପୂରିଛି। ୧୯୯୩ ମସିହାରେ ଏହି ଫିଲ୍ମ ନିର୍ମିତ ହୋଇଥିଲା। ଫିଲ୍ମର ବର୍ଷ ପୂର୍ତ୍ତି ଅବସରରେ କାଜଲ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିିଡିଓ ସେୟାର କରି ବାଜିଗରର ସୁପରହିଟ୍‌ ଗୀତ ‘‘ୟେ କାଲି କାଲି ଆଖେ’’ରେ ଆକ୍ଟିଂ କରୁଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.