ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ରହିଛି ଅଧିକ ସନ୍ଦେହଜନକ ତଥ୍ୟ, ଏମିତି କିଛି କହିଲେ ଫୋରେନ୍‌ସିକ୍‌ ଟିମ୍‌

ନୂଆଦିଲ୍ଲୀ : ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାର ସିବିଆଇ ଯାଞ୍ଚ ଆରମ୍ଭ ହେବା ପରେ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ବହୁ ସନ୍ଦେହ ସୃଷ୍ଟି ହୋଇଛି । ପୋଷ୍ଟମର୍ଟମ ରିପୋର୍ଟରେ ଥିବା ତଥ୍ୟ ଆଶ୍ଚର୍ଯ୍ୟଜନକ ବୋଲି ଫୋରେନ୍‌ସିକ୍‌ ଟିମ୍‌ କହିଛି । ସବୁଠୁ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି ଯେ ବେକର ମାପ ସହ ଫାଶର ମାପରେ ତାଳମେଳ ରହୁନଥିବା ଜଣାଯାଇଛି ।

ବେକର ମାପ ଓ ଫାସର ମାପ ମଧ୍ୟରେ ୧୬.୫ ସେଣ୍ଟିମିଟର ଫରକ୍‌ ରହିଥିବା ଜଣାଯାଇଛି । ପୋଷ୍ଟମର୍ଟମ ରିପୋର୍ଟରେ ବେକର ମୋଟା ୪୯.୫ ସେଣ୍ଟିମିଟର ଲେଖାଯାଇଥିବା ବେଳେ ବେକ ଉପରେ ଥିବା ଫାସର ଚିହ୍ନ ମାତ୍ର ୩୩ ସେଣ୍ଟିମିଟର ଲେଖାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଦେଖିବା ପରେ ଏତେ ପାର୍ଥକ୍ୟ ସମ୍ଭବ ନୁହେଁ ବୋଲି ଫୋରେନ୍‌ସିକ୍‌ ଟିମ୍‌ କହିଛି । ୧୬.୫ ସେଣ୍ଟିମିଟର ଫରକ ସମ୍ଭବ ନୁହେଁ । ପୋଷ୍ଟମର୍ଟମ ଅନୁଯାୟୀ କରାଯାଇଥିବା ଭିଡିଓ ରେକଡିଂ ଏବଂ ନିଆଯାଇଥିବା ଫଟୋ ମ୍ୟାଚ୍‌ ହେବା କଥା ବୋଲି ଫୋରେନ୍‌ସିକ୍‌ ଟିମ୍‌ କହିଛି ।

sushant77

ମୁମ୍ବାଇ କୁପର ହସ୍‌ପିଟାଲ୍‌ରେ ସୁଶାନ୍ତଙ୍କ ପୋଷ୍ଟମର୍ଟମ କରାଯାଇଛି ଯାହାର ରିପୋର୍ଟ ୭ ପୃଷ୍ଟାର ଥିବା ଜଣାଯାଇଛି । ସବୁଠୁ ଆଶ୍ଚର୍ଯ୍ୟର କଥା ଯେ ବେକର ଆଗ ପଟରେ ଫାଶର ଚିହ୍ନ ଥିବା ବେଳେ ବେକର ପଛ ପଟରେ ଫାଶର ଚିହ୍ନ ରହିନି । ତେବେ ରିପୋର୍ଟରେ ଯାହା କୁହାଯାଇଛି ତାହା ଫାଶୀ ଦ୍ୱାରା ମୃତ୍ୟୁ ହେବା ନେଇ ସବୁ ପ୍ରକାର ତଥ୍ୟ ଦିଆଯାଇଛି । ହେଲେ ଚିହ୍ନର ଲମ୍ବା କୁ ନେଇ କିଛି ରହସ୍ୟ ରହିଛି । ଯାହାକୁ ଆଧାର କରି ଯାଞ୍ଚ ଆଗକୁ ବଢ଼ାଇବାକୁ ହେବ ବୋଲି ଫୋରେନ୍‌ସିକ୍‌ ଟିମ୍‌ କହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.