‘ବ୍ରହ୍ମାସ୍ତ୍ର’ରେ ଗୁରୁ ଭୂମିକାରେ ନଜର ଆସିବେ ବିଗ୍ ବି, ସାମ୍ନାକୁ ଆସିଲା ପ୍ରଥମ ଲୁକ୍
ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜକୁ ଚାହିଁ ରହିଛନ୍ତି ଫ୍ୟାନ୍ସ। ଫିଲ୍ମରେ ରଣବୀର କପୁର, ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ, ମୌନୀ ରଏ ଏବଂ ନାଗାର୍ଜୁନ ଅକ୍କିନେନୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି ତିନି ଭାଗରେ ରିଲିଜ୍ ହେବ । ଫିଲ୍ମର ପ୍ରଥମ ଭାଗ ଚଳିତ ବର୍ଷ ୯ ସେପ୍ଟେମ୍ବରରେ ରିଲିଜ ହେବ । ନିକଟରେ ଫିଲ୍ମରେ ଏକ ଟିଜର ମଧ୍ୟ ରିଲିଜ୍ ହୋଇଥିଲା । ଆଉ ଏବେ ଫିଲ୍ମରୁ ଅମିତାଭଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି।
ଆୟନ ମୁଖାର୍ଜୀ ଫିଲ୍ମରେ ଅମିତାଭଙ୍କୁ ଜଣେ ଗୁରୁ ଭାବରେ ଉପସ୍ଥାପିତ କରିଛନ୍ତି । ଫିଲ୍ମର ପୋଷ୍ଟରରେ ଅମିତାଭ ଭୟଙ୍କର ଭାବେ ନଜର ଆସିଛନ୍ତି।ଅମିତାଭ ହାତରେ ଦିବ୍ୟଅସ୍ତ୍ର ଧରିଥିବା ବେଳେ ରାଗରେ କାହାକୁ ଚାହିଁଥିବା ଜଣାପଡିଛି। ପୋଷ୍ଟରେ ଫିଲ୍ମର ନାମ ବ୍ରହ୍ମାସ୍ତ୍ର ପାର୍ଟ ଓ୍ଵାନ: ଶିବା ଲେଖାଯାଇଛି। ଏହି ଫିଲ୍ମଟି ଡିସେମ୍ବର ୯ ତାରିଖରେ ରିଲିଜ ହେବ।
View this post on Instagram
ଆୟନ ମୁଖାର୍ଜୀ ଏହି ଫୋଷ୍ଟ ଶେୟାର କରି ଲେଖିଛନ୍ତି ଯେ ଗୁରୁ ଏବଂ ତାଙ୍କର ପ୍ରଭାସ୍ତ୍ର । ସେ ଆହୁରି ଲେଖିଛନ୍ତି ଯେ, ଅମିତାଭ ବଚ୍ଚନଙ୍କୁ ପ୍ରାଚୀନ ଏବଂ ମଡର୍ଣ୍ଣ ଇଣ୍ଡିଆର ଏହି ତାଳମେଳ ତାଙ୍କୁ ଖୁବ୍ ଆକର୍ଷିତ କରିଥିଲା । ଅୟାନ ମୁଖାର୍ଜୀ କହିଛନ୍ତି ଯେ ଅମିତାଭ ବଚ୍ଚନଙକ୍ ସାଥ୍ ମିଳିବା ସୌଭାଗ୍ୟର କଥା । ଆମ ଦୁହିଁଙ୍କ ସାକ୍ଷାତ ୨୦୧୬ରେ ହୋଇଥିଲା। ସେତେବେଳେ ଆମେ ବ୍ରହ୍ମାସ୍ତ୍ରକୁ ନେଇ ଚର୍ଚ୍ଚା ମଧ୍ୟ କରିଥିଲୁ। ଆଜି ଆମେ ଆମର ଗୁରୁଙ୍କ ପୋଷ୍ଟର ଲଞ୍ଚ କରୁଛୁ, ମୋର ହୃଦୟ ରୋମାଞ୍ଚ ଏବଂ ସମ୍ମାନରେ ଭରିଯାଇଛି ।
View this post on Instagram
ଫିଲ୍ମର ଅଫିସିଆଲ ଟ୍ରେଲର ୧୫ ଜୁନରେ ରିଲିଜ ହେବ । ଏହି ଫିଲ୍ମକୁ ନେଇ ୨୦୧୪ ରୁ କାମ ଆରମ୍ଭ ହୋଇଥିଲା । ଏହାକୁ ଧର୍ମା ପ୍ରଡକ୍ସନ ବ୍ୟାନରେ ପ୍ରସ୍ତୁତ କରାଯାଇଛି । ଏହା ହିନ୍ଦୀ ସହ, ତାମିଲ, ତେଲୁଗୁ, ମଲୟାଲମ ଏବଂ କନ୍ନଡ଼ ଭାଷାରେ ରିଲିଜ୍ ହେବ । ବିବାହ ପରେ ଆଲିଆ ଏବଂ ରଣବୀର ପ୍ରଥମ ଥର ପାଇଁ ଏହି ଫିଲ୍ମ ଜରିଆରେ ଏକାଠି ନଜର ଆସିବେ। ଯାହାକୁ ଦର୍ଶକେ ଉତ୍ସାହର ସହିତ ଚାହିଁ ରହିଛନ୍ତି।
View this post on Instagram