ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀ ଗିରଫ: ୧୨କେଜି ହରିଣ ମାଂସ ସହିତ, ୩ଟି ବନ୍ଧୁକ ଜବତ

କରଞ୍ଜିଆ(କେନ୍ୟୁଜ): ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର କରି ଫେରିବା ସମୟରେ ଧରାପଡିଲେ ଶିକାରୀ । ୩ ଟି ହରିଣକୁ ବନ୍ଧୁକ ସାହଯ୍ୟରେ ଶିକାର କରିଥିଲେ ୪ଜଣ ବ୍ଯକ୍ତି । ଏମାନେ ହେଲେ ଚକ୍ରଧର ଗାଗାରାଇ,କେସେ ହୋ,ବାସୁଦେବ ନାଏକ ,ସୁଦର୍ଶନ ନାଏକ। ଯେଉଁମାନଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଘର ଶିମିଳିପାଳ ପାଦ ଦେଶରେ ବୋଲି ଜଣାପଡିଛି ।

ଏମାନଙ୍କ ଠାରୁ ୧୨କେଜି ହରିଣ ମାଂସ ସହିତ ୩ ଟି ବନ୍ଧୁକ, ଗୋଟିଏ ବାଇକ ଜବତ କରିବାରେ ସଫଳ ହେଇଛନ୍ତି ବନ ବିଭାଗ କର୍ମଚାରୀ।ଶିମିଳିପାଳ କେନ୍ଦୁମୁଣ୍ଡି ରେଞ୍ଜ ଅଧୀନରେ ଥିବା ଶିମିଳିପାଳ ର W.D.8 ଏବଂ W.D.10 ରେ ଏମାନଙ୍କୁ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.