ବଦଭ୍ୟାସ ପାଇଁ ଅନ୍ଧକାର ଭିତରକୁ ଚାଲି ଯାଇଥିଲେ ‘ସା ରେ ଗା ମା ପା ଲିଟିଲ୍‌ ଚାମ୍ପ୍ସ’ର ବିଜେତା ହୋଇଥିବା ଏହି ପ୍ରତିଯୋଗୀ, ୮ବର୍ଷ ପରେ ପୁଣି ଦେଲେ ଅଡିସନ୍

ମୁମ୍ବାଇ : ରିୟଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜିନ୍‌-୧୧’ । ଯାହା ଏବେ ଆରମ୍ଭ ହେବାକୁ ଯାଉଛି। ଏହି ସୋ’ରେ  ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ୍‌, ନେହା କକ୍କର ଓ ବିଶାଲ ଦଦ୍‌ଲାନୀ ଜଜ୍ ଭାବେ ନଜର ଆସିବେ। ସୋ’ ଆରମ୍ଭରୁ ହିଁ ଅଡିସନ୍‌କୁ ଆସୁଥିବା ପ୍ରତିଯୋଗୀମାନଙ୍କୁ ନେଇ ‘ଇଣ୍ଡିଆନ୍ ଆଇଡୋଲ ସିଜିନ୍‌-୧୧’ ଚର୍ଚ୍ଚାରେ ରହିଛି ।

azmatପ୍ରଥମ ଅଧ୍ୟାୟରେ ଅଡିସନ ପାଇଁ ଆସିଥିବା ୨୦୧୧ରେ ୧୦ବର୍ଷ ବୟସରେ ‘ସା ରେ ଗା ମା ପା ଲିଟିଲ ଚାମ୍ପ୍ସ’ରେ ଭାଗ ନେଇ ବିଜେତା ଅଜମତ ହୁସେନ୍ ନିଜର ଦୁଃଖ ଭରା କାହାଣୀ ଶୁଣାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କେମିତି ତାଙ୍କର ବଦଭ୍ୟାସ ଏବଂ କୁସଙ୍ଗ ତାଙ୍କ ଜୀବନକୁ ଅନ୍ଧକାରକୁ ଠେଲି ଦେଇଥିଲା ସେ ଜର୍ଜଙ୍କ ସାମ୍ନାରେ ପରିପ୍ରକାଶ କରିଥିଲେ। ସୋ’ ଜିତିବା ପରେ ତାଙ୍କୁ ଅନେକ କାମ ମିଳିଥିଲେ ମଧ୍ୟ ସେ ଘର ଖର୍ଚ୍ଚକୁ ତୁଲାଇପାରୁନଥିଲେ ନଥିଲେ ।

ଏହାସହ ପଢନ୍ତୁ:

କିଚେନ୍‌ ଡିୟୁଟିକୁ ନେଇ ଦେବୋଲିନା ଭଟାଚାର୍ଯ୍ୟଙ୍କୁ ଏପରି କଡ୍ଡା ଜବାବ୍ ଦେଲେ ଶିଳ୍ପା ସିନ୍ଧେ

ବୟସ ବଢିବା ସହିତ ତାଙ୍କର କଣ୍ଠ ସ୍ୱର ମଧ୍ଯ ବଦଳିବାକୁ ଲାଗିଥିଲା । ଯାହାପରେ ଲୋକେ ତାଙ୍କ ଗୀତକୁ ପସନ୍ଦ କରିବାକୁ ବନ୍ଦ କରି ଦେଇଥିଲେ । ଯାହା ପରେ ସେ ଚିନ୍ତା ଗ୍ରସ୍ତ ହୋଇ ଗୀତ ଗାଇବା ଛାଡ଼ି ଦେଇଥିଲେ ଏବଂ କୁସଙ୍ଗତ ସହିତ ମିଶି ନିଶା ଖାଇବା ଆରମ୍ଭ କରିଦେଇଥିଲେ । କିନ୍ତୁ ଗତ ସିଜିନ୍‌ରେ ସେ ତାଙ୍କ ସହ ପ୍ରତିଯୋଗୀ ଥିବା ସଲମାନ ଅଲ୍ଲୀଙ୍କୁ ଦେଖି ସେ ପ୍ରେରିତ ହେବା ସହିତ ପୁଣି ନିଜର ସ୍ବପ୍ନକୁ ସଫଳ କରିବା ପାଇଁ ଆତ୍ମବିଶ୍ବାସ ଜାଗ୍ରତ କରିଛନ୍ତି।

Leave A Reply

Your email address will not be published.