ଗୋଟିଏ ଝଟକାରେ ବେରୋଜଗାର ହେଲେ ୨୫ହଜାର ହୋମଗାର୍ଡ, ଜାଣନ୍ତୁ କାହିଁକି ଉପୁଜିଲା ଏଭଳି ପରିସ୍ଥିତି

ଉତ୍ତରପ୍ରଦେଶରେ ୨୫ ହଜାର ହୋମଗାର୍ଡ ବେରୋଜଗାର ହୋଇଛନ୍ତି। ଗତ ସୋମବାର ଦିନ ଯୋଗୀ ସରକାର ୨୫ ହଜାର ହୋମଗାର୍ଡଙ୍କର ଚାକିରୀ ଉଚ୍ଛେଦ କରିଛନ୍ତି। ରିପୋର୍ଟ ଅନୁଯାୟୀ ପୋଲିସ ତୁଳନାର ଦରମା କରାଯିବା ପରେ ବଜେଟର ଭାର ବଢିଯାଇଛି। ଏହାକୁ ବାଲାନ୍ସ କରିବା ପାଇଁ ହୋମଗାର୍ଡମାନଙ୍କ ଚାକିରୀ ଉଚ୍ଛେଦ କରାଯାଇଛି। ଆଇନ୍ ବ୍ୟବସ୍ଥାରେ ଚାକିରୀ କରୁଥିବା ହୋମଗାର୍ଡଙ୍କ ସଂଖ୍ୟାରେ ମଧ୍ୟ ୩୨ ପ୍ରତିଶତ ହ୍ରାସ କରାଯାଇଛି। ଏଡିଜିଙ୍କ ଆଦେଶ ପରେ ୨୫ ହଜାର ହୋମଗାର୍ଡଙ୍କ ସେବା ସମାପ୍ତ ହୋଇଛି। ଏଡିଜି ପୋଲିସ୍ ମୁଖ୍ୟାଳୟ, ବିପି ଯୋଗଦଣ୍ଡ ଏହି ଆଦେଶ ଜାରି କରିଛନ୍ତି। ଗତ ୨୮ ଅଗଷ୍ଟରେ ମୁଖ୍ୟ ସଚିବଙ୍କ ବୈଠକରେ ଡ୍ୟୁଟି ସମାପ୍ତ କରିବା ପାଇଁ ନିଷ୍ପତି ନିଆଯାଇଥିଲା।

yogi up

ଏହାସହ ପଢନ୍ତୁ: ଅର୍ଥନୀତି ପାଇଁ ଘୋଷଣା ହେଲା ନୋବେଲ୍‌, ଅଭିଜିତ ବାନାର୍ଜୀ, ଏସ୍ତର ଡୁଫଲୋ ଓ ମାଇକେଲ୍‌ କ୍ରେମରଙ୍କୁ ମିଳିବ ନୋବେଲ

ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ୪୦ ହଜାର ହୋମଗାର୍ଡଙ୍କ ଚାକିରୀ ସମାପ୍ତ କରାଯାଇସାରିଛି। ହୋମଗାର୍ଡମାନଙ୍କ ୨୫ ଦିନ ପରିବେର୍ତ୍ତ ବର୍ତ୍ତମାନ ୧୫ ଦିନ ପାଇଁ ଚାକିରୀ ମିଳିବ। ସୂଚନା ଅନୁଯାୟୀ ଉତ୍ତରପ୍ରଦେଶରେ ୯୦ ହଜାର ରୁ ଅଧିକ ହୋମଗାର୍ଡ ରହିଛନ୍ତି। ବର୍ତ୍ତମାନ ହୋମଗାର୍ଡ ପଦବୀ ପାଇଁ ବଜେଟ୍ ବୃଦ୍ଧି ନେଇ କୌଣସି ନିଷ୍ପତି ନିଆଯାଇନାହିଁ କିନ୍ତୁ ଭବିଷ୍ୟତରେ ଏହାକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଇପାରେ ବୋଲିଯୋଗୀ ସରକାର ଏବଂ ରାଜ୍ୟ ସରକାରଙ୍କ ପ୍ରବକ୍ତା ଶ୍ରୀକାନ୍ତ ଶର୍ମା କହିଛନ୍ତି।

Leave A Reply

Your email address will not be published.