‘ବାଗୀ ୩’ର ଟ୍ରେଲର ରିଲିଜ୍‌, ଆକ୍ସନ ମୋଡ୍‌ରେ ନଜର ଆସିଲେ ଟାଇଗର ଶ୍ରଫ

ଟାଇଗର ଶ୍ରଫଙ୍କ ସୁପରହିଟ୍‌ ଫିଲ୍ମ ବାଗୀର ସିକ୍ୱେଲ ‘ବାଗୀ ୩’ର ଟ୍ରେଲର ଆଜି ରିଲିଜ୍‌ ହୋଇଛି। ଏହି ଫିଲ୍ମ ମାଧ୍ୟମରେ ପୁଣି ଥରେ ଆକ୍ସନ୍‌ ଅନ୍ଦାଜରେ ଫେରିଛନ୍ତି ଟାଇଗର। ଫିଲ୍ମରେ ଟାଇଗର ଜୋରଦାର ଆକ୍ସନ କରିଥିବା ଦେଖାଯାଇଛି। ତାଙ୍କର ଆକ୍ସନ ଲେବୁଲ ତିନି ଗୁଣା ବଢ଼ିଯାଇଥିବା ଜଣାଯାଇଛି। କୁହାଯାଉଛି ଯେ ଏହି ଫିଲ୍ମରେ ଏମିତି ଆକ୍ସନ ସିନ୍‌ ରହିଛି ଯାହା ଦର୍ଶକେ ପୂର୍ବରୁ କେବେ ବି ଦେଖି ନଥିବେ।

ଦେଖନ୍ତୁ ଟ୍ରେଲର:

Video Courtesy: FoxStarHindi

ଫିଲ୍ମରେ ଟାଇଗରଙ୍କୁ ରନି ଭୂମିକାରେ ଦେଖିବାକୁ ମିଳିବ। ସେ ନିଜ ଭାଇଙ୍କ ପାଇଁ ସିରିଆ ଯାଇଛନ୍ତି ଓ ସେଠାରେ କେମିତି ପ୍ରତିଶୋଧ ନେଉଛନ୍ତି ତାହା ଫିଲ୍ମରେ ନଜର ଆସିବ। ଟାଇଗରଙ୍କ ସହ ଫିଲ୍ମରେ ମୁଖ୍ୟ ଭୂମିରେ ଶ୍ରଦ୍ଧା କପୁର, ରିତେଶ ଦେଖମୁଖ ଓ ଅଙ୍କିତା ଲୋଖଣ୍ଡେ ଅଛନ୍ତି।

Image result for baaghi-3

ଟ୍ରେଲର ପୂର୍ବରୁ ଫିଲ୍ମର ମୋସନ ପୋଷ୍ଟର ରିଲିଜ୍‌ ହୋଇଥିଲା, ଯାହାକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ। ଫିଲ୍ମଟି ଆସନ୍ତା ମାସ ୬ ତାରିଖରେ ପରଦାକୁ ଆସିବ ବୋଲି ଜଣାଯାଇଛି। ଏହି ଫିଲ୍ମକୁ ନାଡିୟାଡବାଲା ଗ୍ରାଣ୍ଡସନ୍‌ ନିର୍ମାଣ କରୁଥିବା ବେଳେ ନିର୍ଦ୍ଦେଶନା ଦେଉଛନ୍ତି ଅହମ୍ମଦ ଖାନ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.