ରାମାୟଣକୁ ନେଇ ଫିଲ୍ମ କରିବାକୁ ବାହୁବଳୀର ନିର୍ଦ୍ଦେଶକଙ୍କ ଉପରେ ଚାପ, ଲଗାତାର ଟ୍ୱିଟ କରୁଛନ୍ତି ଫ୍ୟାନ

ନିକଟରେ ପୌରାଣିକ ଧାରାବାହିକ ରାମାୟଣର ପ୍ରସାରଣ ଶେଷ ହୋଇଛି। ଚଳିତ ଥର ରାମାୟଣ ଅନେକ ରେକର୍ଡ କରିଛି। ରିପୋର୍ଟ ମୁତାବକ ଏପ୍ରିଲ ୧୬ ତାରିଖରେ ପ୍ରସାରିତ ହୋଇଥିବା ଏପିସୋଡ଼କୁ ବିଶ୍ୱରେ ସବୁଠୁ ଅଧିକ ଦେଖିଛନ୍ତି। ତେବେ ନିକଟରେ ବାହୁବଳୀ ଫିଲ୍ମ ସିରିଜର ନିର୍ଦ୍ଦେଶକ ଏସ ଏସ ରାଜମୌଲି ସୋସିଆଲ ମିଡିଆରେ ରାମାୟଣକୁ ନେଇ ଟ୍ରେଣ୍ଡ କରିବାରେ ଲାଗିଛନ୍ତି। ରାମାୟଣକୁ ନେଇ ରାଜମୌଲି ଫିଲ୍ମ ନିର୍ମାଣ କରନ୍ତୁ ବୋଲି ଫ୍ୟାନ ଦାବି କରୁଥିବା ଦେଖିବାକୁ ମିଳିଛି।

Ramayan Becomes Worlds Most Watched Entertainment Show After Rerun ...

ସୋସିଆଲ ମିଡିଆରେ ଫ୍ୟାନମାନେ ହିନ୍ଦୁ ଧର୍ମର ଏହି ମହାଗାଥାକୁ ଫିଲ୍ମ ମେକର ସିଲଭର ସ୍କ୍ରିନକୁ ଆଣନ୍ତୁ ବୋଲି ଦାବି କରିଛନ୍ତି। ଏଣୁ ଏବେ ଟ୍ୱିଟରରେ #RajamouliMakeRamayan ହାସ ଟ୍ୟାଗ ଟ୍ରେଣ୍ଡ କରୁଛି।

ଦୂରଦର୍ଶନ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇ କହିଛି ଯେ ସାରା ଦେଶରେ ଏପ୍ରିଲ ୧୬ ରେ ପ୍ରସାରିତ ହୋଇଥିବା ରାମାୟଣକୁ ୭.୭ କୋଟି ଦର୍ଶକ ଦେଖିଛନ୍ତି। ଏହା ପରେ ରାମାୟଣ ସବୁଠୁ ଅଧିକ ଦେଖିଥିବା ସିରିୟଲ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.