Below header

ଏପ୍ରିଲରେ ୯୯.୯ ପ୍ରତିଶତ କମ ହେଲା ସୁନା ଆମଦାନୀ, ତିନି ଦଶନ୍ଧି ମଧ୍ୟରେ ସବୁଠାରୁ କମ

ଭାରତରେ ସବୁବେଳେ ସୁନା ପାଇଁ ଏକ ଆକର୍ଷଣ ରହିଆସିଛି । କିନ୍ତୁ ଚଳିତ ବର୍ଷ ଏପ୍ରିଲରେ ସୁନା ଆମଦାନୀ ପୂର୍ବ ବର୍ଷ ତୁଳନାରେ ୯୯.୯ ପ୍ରତିଶତ ହ୍ରାସ ପାଇଛି । ଭାରତରେ କେବଳ 50 କିଲୋଗ୍ରାମ ସୁନା ଆମଦାନୀ ହୋଇଛି । ଏପ୍ରିଲରେ, ଅଧିକାଂଶ ବିବାହରେ ଅଳଙ୍କାର ତିଆରି ଏବଂ ଅକ୍ଷୟ ତୃତୀୟରେ ସପିଂ ହେତୁ ସୁନା ଚାହିଦା ଅଧିକ ରହିଥାଏ ।

ଏହି ପରିପ୍ରେକ୍ଷୀରେ, ଏକ ସରକାରୀ ସୂତ୍ରରୁ ଖବର ମିଳିଛି ଯେ ଗତ ତିନି ଦଶନ୍ଧି ମଧ୍ୟରେ ସୁନା ଆମଦାନୀ କରିବାର ଏହା ସର୍ବନିମ୍ନ ସ୍ତର ଅଟେ । ବିମାନ ଚଳାଚଳ ବନ୍ଦ ଏବଂ ଲକଡାଉନ୍ ଯୋଗୁଁ ଏହା ତଳକୁ ଆସିଛି । ସାରା ଦେଶରେ ଅଳଙ୍କାର ଦୋକାନ ବନ୍ଦ ରହିଛି, ଯେଉଁଥିପାଇଁ ସୁନା ଚାହିଦା ହ୍ରାସ ପାଇଛି ।

India s February Gold Imports Drop 41 As Prices Hit Record High ...

ସୂଚନା ଅନୁଯାୟୀ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୁନା ଆମଦାନୀକାରୀ ଦେଶ । ତେବେ ଏପ୍ରିଲ୍ 2020ରେ କେବଳ 50 କିଲୋଗ୍ରାମ ସୁନା ଆମଦାନୀ ହୋଇଛି । ଯଦିଓ ଗତ ବର୍ଷ ଏହି ସମୟରେ 110.18 ଟନ୍ ସୁନା ଆମଦାନୀ ହୋଇଥିଲା ।

ମୂଲ୍ୟ ଉପରେ ଆଧାର କରି ଏପ୍ରିଲ୍ 2020 ରେ 28.4 ଲକ୍ଷ ଡଲାରର ସୁନା ଆମଦାନୀ ହୋଇଥିଲା । ଏପ୍ରିଲ୍ 2019 ରେ, 3.97 ବିଲିୟନ ଡଲାର ସୁନା ଆମଦାନୀ ହୋଇଥିଲା । ବର୍ତ୍ତମାନ ଦେଶର ଖୁଚୁରା ବଜାରରେ 22 କ୍ୟାରେଟ ସୁନା ମୂଲ୍ୟ 44,560 ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.