ପୁଣି ସାମନା ସାମନି ହେଲେ ଅନୁଭବ ଓ ବର୍ଷା, ଫ୍ୟାମିଲି କୋର୍ଟରେ

ବିବାହ ବିଚ୍ଛେଦ ମାମଲା ନେଇ ବର୍ଷା ପ୍ରିୟଦର୍ଶିନୀଙ୍କୁ ଜେରା କରିଛନ୍ତି ଅନୁଭବଙ୍କ ଓକିଲ । ବୈବାହିକ ଜୀବନଶୈଳୀ ସମ୍ପର୍କିତ କେତେଗୁଡିଏ ପ୍ରଶ୍ନ ବର୍ଷାଙ୍କୁ ଆଜି ପଚରା ଯାଇଥିବା ଅନୁଭବ ମହାନ୍ତିଙ୍କ ଓକିଲ ସୂଚନା ଦେଇଛନ୍ତି

କଟକ (କେନ୍ୟୁଜ୍‌) : ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲାରେ କଟକ ଫ୍ୟାମିଲି କୋର୍ଟରେ ଶୁଣାଣି । କଟକ ଫ୍ୟାମିଲି କୋର୍ଟରେ ଆଜି ହାଜର ହୋଇଥିଲେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ । ବିବାହ ବିଚ୍ଛେଦ ମାମଲା ନେଇ ବର୍ଷା ପ୍ରିୟଦର୍ଶିନୀଙ୍କୁ ଜେରା କରିଛନ୍ତି ଅନୁଭବଙ୍କ ଓକିଲ । ବୈବାହିକ ଜୀବନଶୈଳୀ ସମ୍ପର୍କିତ କେତେଗୁଡିଏ ପ୍ରଶ୍ନ ବର୍ଷାଙ୍କୁ ଆଜି ପଚରା ଯାଇଥିବା ଅନୁଭବ ମହାନ୍ତିଙ୍କ ଓକିଲ ସୂଚନା ଦେଇଛନ୍ତି ।

ବର୍ଷାଙ୍କୁ ଜେରା ସମୟରେ କୌଣସି ପ୍ରକାର ଅପ୍ରାସଙ୍ଗିକ ପ୍ରଶ୍ନ ପଚରା ଯାଇ ନାହିଁ ବୋଲି ଅନୁଭବଙ୍କ ଓକିଲ ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟପଟେ ଜେରାରେ ସମ୍ପୂର୍ଣ୍ଣ ସହଯୋଗ କରୁଥିବା କହିଛନ୍ତି ବର୍ଷାଙ୍କ ଓକିଲ। ତାଙ୍କୁ ଜେରା ସମୟରେ କିଛି ଅନାବଶ୍ୟକ ପ୍ରଶ୍ନ ପଚରା ଯାଇଥିବା କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଦୁଇ ସପ୍ତାହ ପରେ ହୋଇ ପାରେ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.