‘ଲଭ୍‌ ଦହେଜ’ର ଟିଜର ରିଲିଜ, ଆମ୍ରପାଲି କହିଲେ ‘ଲଭ୍‌ ମ୍ୟାରେଜ ମେଁ ଦହେଜ କୈସା’

ବିବାହ ସମୟରେ ବର ପକ୍ଷ ସବୁବେଳେ କନ୍ୟା ପକ୍ଷରୁ ଯୌତୁକ ଦାବି କରିଥାନ୍ତି । ଅନେକ ଥର ଯୌତୁକ ଯୋଗୁଁ ମଧ୍ୟ ବିବାହ ପ୍ରସ୍ତାବ ଭାଙ୍ଗିଯାଇଛି। କିନ୍ତୁ ନିକଟରେ ବିବାହ ଯୌତୁକକୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଶ୍ୱଶୁର ଘର ଲୋକେ ଯୌତୁକ ମାଗିବା ଯୋଗୁଁ କନ୍ୟା ରାଗରେ ଗୁଳି ମାରିଛନ୍ତି। ଏହି ଭିଡିଓ ଆମେ ରିଅଲ ନୁହେଁ ରିଲ ଲାଇଫରେ ଘଟିଛି। ଭୋଜପୁର ଅଭିନେତ୍ରୀ ଆମ୍ରପାଲୀ ଏବଂ ଭୋଜପୁରୀ ସୁପରଷ୍ଟାର ନିରୁହାଙ୍କ ଏହି ଭିଡିଓ ଧମାଲ କରୁଛି। ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରହିଟ୍‌ ଯୋଡିଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଲଭ ଦହେଜ’ର ଟିଜର ରିଲିଜ ହୋଇଛି।

ଏହାସହ ପଢ଼ନ୍ତୁ ; ଦ୍ୱିଧାରେ ହ୍ରିତିକ, ‘କ୍ରିସ ୪’ ପାଇଁ କଲେ ଏହି ଅଭିନେତ୍ରୀଙ୍କ ସୁପାରିଶ


ଯେଉଁଥିରେ ଆମ୍ରପାଲିଙ୍କ ଶ୍ୱଶୁର ଘର ଲୋକେ ଯୌତୁକ ମାଗିବା ଯୋଗୁଁ ଆମ୍ରପାଲି ରାଗରେ ଗୁଳି ଚଳାଉଛନ୍ତି। ଏହାଛଡା ଆମ୍ରପାଲି କହୁଛନ୍ତି ଲଭ୍‌ ମ୍ୟାରେଜରେ ଯୌତୁକ କ’ଣ ପାଇଁ ? ଏହି ଫିଲ୍ମର ଟିଜର ଏବେ ଇଣ୍ଟରନେଟରେ ଧମାଲ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.