ଏହାଥିଲା କସାଵର ଶେଷ ଭିଡିଓ, କହିଥିଲା କାହିଁକି ମୁମ୍ବାଇରେ ଘଟାଇଥିଲା ସଂହାରଲୀଳା

ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣକୁ ଆଜି ୧୧ ବର୍ଷ ପୂରଣ ହୋଇଛି । ଏହିଭଳି ଏକ ହୃଦୟବିଦାରକ ଘଟଣାକୁ ଦେଖି ଆଜିର ଦିନରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । ୨୦୦୮ ମସିହାରେ ଘଟିଥିବା ଏହି ଘଟଣାରେ ପାକିସ୍ତାନୀ କସାବ ନାମକ ଜଣେ ଆତଙ୍କବାଦୀ ନିଜର ଅନ୍ୟ ୯ ଜଣ ସହଯୋଗୀଙ୍କ ସହ ସମୁଦ୍ରପଥରେ ଆସି ମୁମ୍ବାଇରେ ପହଞ୍ଚିଥିଲା ।ଏହାପରେ ଆତଙ୍କବାଦୀମାନେ ମୁମ୍ବାଇର କିଛି ପ୍ରମୁଖ ସ୍ଥାନରେ ଆକ୍ରମଣ କରିବା ସହ ତାଜ ହୋଟେଲକୁ ନିଜ କବଜାକୁ ନେଇ ଯାଇଥିଲେ । ମୁମ୍ବାଇର ରାଜରାସ୍ତାରେ ଦେଖିବାକୁ ମିଳିଥିଲା ମୃତ୍ୟୁର ତାଣ୍ଡବ । ଦେଖୁ ଦେଖୁ ଚାଲି ଯାଇଥିଲା ୧୬୬ ଜଣଙ୍କ ଜୀବନ । ଏହି ଭୟଙ୍କର ଅପରେସନରେ କିଛି ସିପାହୀ ନିଜ ଜୀବନକୁ ବାଜି ଲଗାଇ ଆତଙ୍କବାଦୀଙ୍କୁ ମାରି ଗଡ଼ାଇ ଥିଲେ ।

ଛତ୍ରପତି ଶିବାଜୀ ରେଳଷ୍ଟେସନରୁ ଆରମ୍ଭ ହୋଇଥିଲା

Image result for cst railway station images in 26/11

ମୁମ୍ବାଇର ରେଳ ଷ୍ଟେସନ ଛତ୍ରପତି ଶିବାଜୀ ଟର୍ମିନସ୍ ଠାରୁ ଆତଙ୍କବାଦୀମାନେ ସଂହାରଲୀଳା ଆରମ୍ଭ କରିଥିଲେ । ସେଠାରେ ପହଁଚି ପ୍ରଥମେ ଆତଙ୍କବାଦୀମାନେ ଆଖିବୁଜା ଗୁଳିଚାଳନା କରିଥିଲେ ଓ ହ୍ୟାଣ୍ଡ ଗ୍ରେନେଡ ମଧ୍ୟ ଫୋପାଡିଥିଲେ । ଯେଉଁ କାରଣରୁ ସେଠାରେ ଉପସ୍ଥିତ ଥିବା ୫୮ ଜଣ ନୀରିହ ଯାତ୍ରୀଙ୍କର ଜୀବନ ଚାଲିଯାଇଥିଲା ଓ ଅନ୍ୟକିଛି ଲୋକ ଭୟଭୀତ ହୋଇ ଏଣେତେଣେ ଦୌଡ଼ାଦୌଡ଼ି କଲାବେଳେ ତଳେପଡିଯାଇ ଆହତ ହୋଇଥିଲେ ।

ସହରର ୪ ଟି ସ୍ଥାନରେ ହୋଇଥିଲା ଭୟଙ୍କର ଗୁଳିକାଣ୍ଡ

Image result for 26/11 attack

ଛତ୍ରପତି ଶିବାଜୀ ଟର୍ମିନସ୍ ବ୍ୟତୀତ ଆତଙ୍କବାଦୀମାନେ ତାଜ ହୋଟେଲ, ହୋଟେଲ ଓବେରାଇ, ଲିଓପୋର୍ଲ୍ଡ କେଫ, କାମା ହସ୍ପିଟାଲ ଓ ଦକ୍ଷୀଣ ମୁମ୍ବାଇର ଅନେକ ସ୍ଥାନରେ ଆକ୍ରମଣ ଆରମ୍ଭ କରିଦେଇଥିଲେ । ଏହି ଦିନ ମୁମ୍ବାଇର ୪ଟି ସ୍ଥାନରେ ଏନକାଉଣ୍ଟର କରାଯାଇଥିଲା ।ଆଣ୍ଟି ଟେରୋରିଷ୍ଟ ସ୍କ୍ୱାର୍ଡର ମୁଖ୍ୟ ହେମନ୍ତ କରକରେ ୨୬-୧୧ ଆକ୍ରମଣରେ ସହିଦ୍ ହୋଇଥିବା ପ୍ରଥମ ଅଧିକାରୀ ଥିଲେ ଯିଏକି ୧୯୮୨ ବ୍ୟାଚର ଆଇପିଏସ୍ ଅଫିସର ଥିଲେ । ଘଟଣା ଦିନ ହେମନ୍ତ ଯେତେବେଳେ ନିଜ ଟିମ୍ ସହିତ ସିଏସଟି ଷ୍ଟେସନ୍ ପହଞ୍ଚିଥିଲେ ସେତେବେଳକୁ ସେଠି ଖାଲି ଶବଗୁଡିକ ବିଛାଡି ହୋଇ ପଡିଥିଲା । ହେମନ୍ତ କରକରେ ଆତଙ୍କବାଦୀ ମାନଙ୍କ ପିଛା କରିବା ସହ ତାଙ୍କ ନିକଟରେ ପହଁଚି ଯାଇଥିଲେ । କିନ୍ତୁ ଦୁଇପଟୁ ଗୁଳିଚାଳନା ବେଳେ ହେମନ୍ତଙ୍କ ଛାତିରେ ୩ଟି ଗୁଳି ଲାଗିଥିଲା ଓ ସେ ସହିଦ୍ ହୋଇଯାଇଥିଲେ ।

ଏହାସହ ପଢନ୍ତୁ ଆଜି ବି ସ୍ମୃତି ତାଜା କରୁଛି ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣା, ସାରା ଦେଶ ଜଣାଉଛି ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

ଜୀବିତ ଧରାଯାଇଥିଲା ଅଜମଲ କସାବ

Image result for kasab fasi image

୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ଲସ୍କର-ଇ-ତୋଏବାର ୧୦ ଜଣ ଆତଙ୍କବାଦୀ ସମୁଦ୍ରପଥରେ ମୁମ୍ବାଇରେ ପ୍ରବେଶ କରିଥିଲେ ଏବଂ ଅତି ନିଷ୍ଠୁର ଭାବେ ୧୬୬ ଜଣ ନିରୀହ ଲୋକଙ୍କ ଜୀବନ ନେଇଥିଲେ । ଏହି ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ । ଭାରତୀୟ ସେନା ଅନେକ ଆତଙ୍କବାଦୀଙ୍କୁ ମାରିବା ସହ ଅଜମଲ କସାବକୁ ଜୀବିତ ଧରିଥିଲେ ଏବଂ ପଚରା  ଉଚୁରା ସମୟରେ ଅନେକ ବଡ ବଡ ରହସ୍ୟର ଗୁମର ଖୋଲିଥିଲା ଅଜମଲ ।

କସାବ କହିଥିଲା ଆତଙ୍କର କାହାଣୀ

Image result for 26/11 attack

କସାବର ପୂରା ନାମ ହେଉଛି ମହମ୍ମଦ ଅଜମଲ ଆମିର କସାବ ଏବଂ ତାର ବୟସ ୨୧ ବର୍ଷ । ସେ ପାକିସ୍ତାନ ପଞ୍ଜାବ ଅଞ୍ଚଳର ଦୀପାଲପୁରରେ ବାସ କରେ ଓ ସରକାରୀ ସ୍କୁଲରେ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ଥିଲା । ୨୦୦୦ ମସିହାରେ ସ୍କୁଲ ଛାଡ଼ିବା ପରେ ସେ ଲାହୋରରେ ନିଜ ଭାଇ ଅଫଜଲଙ୍କ ପାଖରେ ରହୁଥିଲା । ୨୦୦୫ ମସିହା ପର୍ଯ୍ୟନ୍ତ ସେ କିଛି ଛୋଟମୋଟ କାମ କରୁଥିଲା କିନ୍ତୁ ଯେତେବେଳେ ବାପାଙ୍କ ସହ ତାର ଝଗଡ଼ା ହେଲା ସେତେବେଳ ସେ ରାଗିକି ଘର ଛାଡିଦେଲା । ଠିକ୍ ସେହି ସମୟରେ ତାର ମୁଜଫର ଖାନ ସହ ଦେଖା ହୋଇଥିଲା । ଏହାପରେ ଦୁଇଜଣ ମିଶି ରାଓ୍ଵଲପିଣ୍ଡି ଯାଇ ସେଠାରେ ଚୋରି କରିବାର ଯୋଜନା ବନାଇଥିଲେ କିନ୍ତୁ ଏଥିପାଇଁ ତାଙ୍କୁ ଏକ ବନ୍ଧୁକର ଆବଶ୍ୟକତା ଥିଲା । ସେଥିପାଇଁ ସେ ଲସ୍କର ଇ ତୋଏବାର ଏକ ଷ୍ଟଲ୍ ଭିତରେ ପଶି ଯାଇଥିଲେ । ତେବେ ସେଠାରେ ତାଙ୍କୁ କୁହାଯାଇଥିଲା ଯେ ହତିଆର ତ ମିଳିଯିବ କିନ୍ତୁ ଏହାକୁ ଚଳାଇ ଜାଣିବା ଆବଶ୍ୟକ । ସେଥିପାଇଁ କସାବ ହତିଆର ଚଳାଇବା ଶିଖିବା ଉଦ୍ଦେଶ୍ୟରେ ଲସ୍କର-ଇ-ତୋଏବାରେ ସାମିଲ୍ ହେବା ପାଇଁ ନିଷ୍ପତ୍ତି ନେଇଥିଲା ।

୨୧ ନଭେମ୍ବର ୨୦୧୨ ରେ କସାବକୁ ଫାଶୀ ଦିଆଯାଇଥିଲା

Image result for kasab fasi image

ମୁମ୍ବାଇ ଆକ୍ରମଣର ଶୁଣାଣି ପରେ ୨୦୧୨ ମସିହା ନଭେମ୍ବର ୨୧ ତାରିଖରେ ତାକୁ ଫାଶୀ ଦିଆଯାଇଥିଲା । ଯଦିଓ ଘଟଣାର ମାଷ୍ଟର ମାଇଣ୍ଡ ହାଫିଜ୍ ସୟିଦ ଆଜିବି ପାକିସ୍ତାନରେ ଖୁଲମଖୁଲା ବୁଲୁଅଛି । ଆମେରିକା ମୋଷ୍ଟ ୱାଣ୍ଟେଡ଼ ତାଲିକାରେ ହାଫିଜର ନାମ ଅନ୍ତର୍ଭୁକ୍ତ କରାଇବା ସହିତ ତାକୁ ଧରାଇଦେଲେ ଏକ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଲା । ହାଫିଜ୍ ସୟିଦକୁ କିଛିଦିନ ତଳେ ପାକିସ୍ତାନୀ କୋର୍ଟ ମୁକ୍ତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.