ଏହି ଶୀତଦିନରେ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ମସାଲା ଫୁଲକୋବି ଭର୍ତ୍ତା’

ଫୁଲ କୋବି ତ ସମସ୍ତେ ଖାଇଥିବେ | ଶୀତଦିନରେ ଫୁଲକୋବି ଭଜା, ଫୁଲକୋବି ତରକାରୀ ପ୍ରାୟତ ସମସ୍ତଙ୍କର ନିତିଦିନିଆ ଖାଦ୍ୟ ହୋଇଥାଏ | ବହୁ ଜଣ ଚିଲି ଫୁଲକୋବି ଓ ଫୁଲ କୋବି ପକୋଡା ପରି ସ୍ୱାଦିଷ୍ଟ ବ୍ୟଞ୍ଜନ ଘରେ ବନେଇ ତାର ମଜା ନେଇଥାନ୍ତି | କିନ୍ତୁ ଫୁଲ କୋବି ଭର୍ତ୍ତା ପରି ଏକ ନିଆରା ବ୍ୟଞ୍ଜନର ସ୍ୱାଦ କେହି ହୁଏତ ନେଇ ନ ଥିବ | ତେବେ ଆସନ୍ତୁ ଏ ବର୍ଷର ଶୀତ ଦିନରେ ଫୁଲ କୋବି ଭର୍ତ୍ତା ଘରେ ପ୍ରସ୍ତୁତ କରି ଏହାର ମଜା ନିହାତି ନିଅନ୍ତୁ | ଅନ୍ୟ ସଦସ୍ୟ ମାନଙ୍କୁ ବି ଖୁଆନ୍ତୁ |

ଆବଶ୍ୟକୀୟ ସାମଗ୍ରୀ;

ଫୁଲ କୋବି- ୧ କେଜି
ମଟର – ଅଧା କପ
ଟମାଟର- ୨ଟି
ପିଆଜ-ଗୋଟେ
ରସୁଣ- ସାତ ପାଖୁଡା
ଅଦା- ୨ ଇଞ୍ଚର ଖଣ୍ଡେ
କଞ୍ଚା ଲଙ୍କା- ୪ଟି
ଲେମ୍ବୁରସ- ଗୋଟେ ଛୋଟ ଚାମଚ
ହଳଦୀ- ଗୋଟେ ଛୋଟ ଚାମଚ
ଶୁଖିଲା ଲଙ୍କା ଗୁଣ୍ଡ-ଗୋଟେ ଚାମଚ
ରାଶି- ଗୋଟେ ଚାମଚ
ଜିରା – ଗୋଟେ ଛୋଟ ଚାମଚ
ପାନ ମାଧୁରୀ- ଗୋଟେ ଚାମଚ
ଗରମ ମସଲା- ଗୋଟେ ଚାମଚ
ତେଲ
ଲୁଣ- ଆବଶ୍ୟକତା ଅନୁଯାୟୀ
ସଜାଇବା ପାଇଁ ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଫୁଲକୋବି, ଟମାଟୋ ଓ ପିଆଜକୁ ଛୋଟ ଛୋଟ ଖଣ୍ଡରେ କାଟି ନିଅନ୍ତୁ | ଏବେ ଚୁଲିରେ ଏକ ପ୍ୟାନ ବସାଇ ସେଥିରେ ତେଲ ଗରମ କରନ୍ତୁ | ତେଲ ଗରମ ହୋଇଗଲେ ଏଥିରେ ପିଆଜ ପକାଇ ବାଦାମୀ ରଙ୍ଗର ହେବା ପର୍ଯ୍ୟନ୍ତ ଭାଜନ୍ତୁ | ଏବେ ସେଥିରେ ଅଦା, ରସୁଣ, ଟମାଟୋ ପକାଇ ଭଲକି ଭାଜି ହେବା ପର୍ଯ୍ୟନ୍ତ ଚଡି ଦିଅନ୍ତୁ | ଏବେ ସେଥିରେ ଫୁଲ କୋବି ଓ ମଟର ପକାନ୍ତୁ | ଏହା ନରମ ହୋଇଯିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ | ନରମ ହୋଇଆସିଲେ ଏକ ଚାମଚ ସାହାଯ୍ୟରେ ତାହାକୁ ଭଲଭାବେ ମିଶାଇ ଦିଅନ୍ତୁ | ଏବେ ସେଥିରେ ଲେମ୍ବୁ ରସ ଓ ଧନିଆ ପତ୍ର ପକାଇ ଭଲକି ମିଶିବା ପର୍ଯ୍ୟନ୍ତ ଚୁଲିରେ ବସାନ୍ତୁ | ଏବେ ଏହାକୁ ଏକ ସର୍ଭିଙ୍ଗ ବାଉଲରେ କାଢି ଦିଅନ୍ତୁ | ଏବେ ସେଥିରେ କିଛି ବଟର ପକାଇ ରୋଟି କିମ୍ବା ପରଠା ସହ ଖାଇବାକୁ ଦିଅନ୍ତୁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.