ପ୍ରିମିୟର ପୂର୍ବରୁ ‘ଭୁଜ ଦି ପ୍ରାଇଡ ଅଫ୍‌ ଇଣ୍ଡିଆ’ ଫିଲ୍ମ ଲିକ୍‌, ଅଜୟ ଦେବଗନଙ୍କୁ ଲାଗିଲା ଝଟକା

ନୂଆଦିଲ୍ଲୀ : କରୋନା ପାଇଁ ଏବେ ଫିଲ୍ମ ହଲ୍‌ରେ ବଡ଼ ଫିଲ୍ମ ରିଲିଜ ହୋଇପାରୁନି । ଫଳରେ OTT ଜରିଆରେ ଫିଲ୍ମ ନିର୍ମାତାମାନେ ଦର୍ଶକଙ୍କୁ ନିକଟରେ ଫିଲ୍ମ ପହଞ୍ଚାଉଛନ୍ତି । ତେବେ ଏହାଦ୍ୱାରା ଫିଲ୍ମ ନିର୍ମାତାଙ୍କୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ୁଛି । କିଛି ସମୟ ପୂର୍ବରୁ ସାଉଥ ଷ୍ଟାର ନୟନତାରା ଙ୍କ ଫିଲ୍ମ ‘ନେତ୍ରୀକନ୍‌’ ଅନ୍‌ଲାଇନରେ ଲିକ୍‌ ହୋଇଥିବା ବେଳେ ବଡ଼ ବଜେଟର ମଲ୍ଟି ଷ୍ଟାର ଫିଲ୍ମ ‘ଭୁଜ୍‌ ଦ ପ୍ରାଇଡ ଅଫ୍‌ ଇଣ୍ଡିଆ ’ ମଧ୍ୟ ଅନ୍‌ଲାଇନ ଲିକ୍‌ ହୋଇଯାଇଛି ।

bhuj-
photo credit: zeenews.india.com

ଆଜି ସନ୍ଧ୍ୟାରେ ହେବାର ଥିଲା ପ୍ରିମିୟର :

ଅଜୟ ଦେବଗନ, ସଂଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ନୋରା ଫତେହ, ଶରଦ କେଲକର ଙ୍କୁ ନେଇ ହୋଇଥିବା ଫିଲ୍ମ ‘ ଭୁଜ୍‌ ଦ ପ୍ରାଇଡ ଅଫ୍‌ ଇଣ୍ଡିଆ’ ଅନ୍‌ଲାଇନ ଚୋରିର ଶିକାର ହୋଇଛି । Bollywoodlife.com େଓ୍ଵବସାଇଟ ସୂଚନା ଅନୁଯାୟୀ, ଫିଲ୍ମର ପ୍ରିମିୟର ଡିଜ୍ନି + ହଟଷ୍ଟାର ରେ ଆଜି ସନ୍ଧ୍ୟା ୫ଟା ୩୦ରେ ହେବାର ଥିଲା ।

ହେଲେ ଏହା ପୂର୍ବରୁ ଫିଲ୍ମ ଟେଲିଗ୍ରାମ, ମୁବିରୁଲ୍‌ଜ, ତାମିଲ ରକର୍ସ ଓ ଅନ୍ୟ କେତକ ଚ୍ୟାନେଲରେ ଲିକ ହୋଇଯାଇଛି । କାରଣ ଦର୍ଶକଙ୍କ ସଂଖ୍ୟାରେ ଏହା ହ୍ରାସ ଘଟାଇବାର ଆଶଙ୍କା ଥିବାରୁ ଫିଲ୍ମର ଆର୍ଥିକ ଦିଗକୁ ଦୁର୍ବଳ କରିପାରେ ।

‘ଭୁଜ୍‌’ ବିଜୟ କାର୍ଣ୍ଣିକ (ଅଜୟ ଦେବଗନ) ଙ୍କ ଜୀବନୀ ଉପରେ ଆଧାରିତ । ଯିଏ ୧୯୭୧ ରେ ଭାରତ-ପାକ୍‌ ଯୁଦ୍ଧ ସମୟରେ ଭୁଜ ବିମାନ ବନ୍ଦରର ପ୍ରଭାରୀ ଥିଲେ । ସେହିପରି ସଂଜୟ ଦତ୍ତ ରଣଛୋଡଦାସ ସ୍ୱଭାଇ ରାବରୀ ଭୂମିକାରେ ଅଭିନୟ କରୁଛନ୍ତି । ଯିଏ କି ଯୁଦ୍ଧ ସମୟରେ ସେନାଙ୍କୁ ସାହାଯ୍ୟ କରିଛନ୍ତି ।

ଫିଲ୍ମରେ ନୋରା ଫତେହ ହୀନା ରହମାନ ନାମକ ଜଣେ ଭାରତୀୟ ଗୁଇନ୍ଦା ଅଫିସର ଚରିତ୍ରରେ ଅ ଭିନୟ କରୁଛନ୍ତି । ସେହିପରି ସୋନାକ୍ଷୀ ସିହ୍ନା ସୁନ୍ଦର ବେନ ଜେଠା ନାମକ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ଚରିତ୍ରରେ ଅଭିନୟ କରୁଥିବା ଦେଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.