ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ୬୭ ଜଣ ପୋଲିସଙ୍କୁ ମିଳିବ ସାହସିକତା ମେଡାଲ

ଭୁବନେଶ୍ୱର (କେନ୍ୟୁଜ): ସ୍ୱାଧୀନତା ଦିବସ ଅବସରରେ ସାହସିକତା ପାଇଁ ପୋଲିସ ପଦକ ଘୋଷିତ । ଓଡ଼ିଶାରୁ ୬୭ ଜଣ ପୋଲିସଙ୍କୁ ଚଳିତବର୍ଷ ମିଳିବ ସାହସିକତା ପୁରସ୍କାର । ଜମ୍ମୁୁ କଶ୍ମୀର ପରେ ଓଡ଼ିଶାକୁ ମିଳିବ ଦ୍ୱିତୀୟ ସର୍ବାଧିକ ପୁରସ୍କାର। ଦେଶର ୧୩୮୦ ପୋଲିସ କର୍ମଚାରୀଙ୍କୁ ମିଳିବ ସାହସିକତା ପୁରସ୍କାର । ୬୬୨ ପୋଲିସ କର୍ମଚାରୀଙ୍କୁ ସାହସିକତା ପାଇଁ ପୋଲିସ ପଦକ, ୬୨୮ ଜଣଙ୍କୁ ସାହସିକତା ପାଇଁ ରାଷ୍ଟ୍ରପତିଙ୍କ ପୋଲିସ ପଦକ, ୮୮ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତିଙ୍କ ପୋଲିସ ମେଡାଲ, ୬୬୨ ଜଣଙ୍କୁ ଉତ୍ସର୍ଗୀକୃତ ସେବା ପାଇଁ ପୋଲିସ ପଦକ ମିଳିବ ।

ପଦକ ଘୋଷଣା ପରେ ଓଡ଼ିଶା ପୋଲିସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଡିଜିପି ଅଭୟ। ଓଡ଼ିଶା ପୋଲିସର ବୀରତ୍ୱ ଓ ସାହସିକତାକୁ ପ୍ରଶଂସା ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହା ରାଜ୍ୟ ପୋଲିସ ପାଇଁ ଗର୍ବ ଓ ଉତ୍ସବର ମୁହୂର୍ତ୍ତ ବୋଲି ପୋଲିସ ଡିଜିପି କହିଛନ୍ତି। ମାଓବାଦୀଙ୍କ ସହ ମୁକାବିଲାରେ ଓଡ଼ିଶା ପୋଲିସ ପ୍ରଶଂସନୀୟ ବୀରତ୍ୱ ପ୍ରଦର୍ଶନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.