ବିଗ ବସ-୧୪ର ବିଜୟିନୀ ରୁବିନା ଡିଲାଇକ କରୋନା ପଜିଟିଭ ଚିହ୍ନଟ, କହିଲେ ସୁସ୍ଥ ହେଲେ ଦାନ କରିବେ ପ୍ଲାଜ୍ମା

କରୋନା ମାମଲା ଦେଶରେ ଦିନ କୁ ଦିନ ବଢି ବଢି ଚାଲିଛି । ସାଧାରଣ ଲୋକଙ୍କ ବ୍ୟତୀତ ଷ୍ଟାର୍ସ ମାନେ ବି କରୋନା ସଂକ୍ରମିତ ହୋଇଥିବା ନେଇ ଅନେକ ଖବର ସାମ୍ନାକୁ ଆସୁଛି । ନିକଟରେ ବିଗ ବସ-୧୪ର ବିଜୟିନୀ ରୁବିନା ଡିଲାଇକ ବି କରୋନା ସଂକ୍ରମିତ ହୋଇଥିବା ନେଇ ଜଣାଯାଇଛି । ଏବାବଦରେ ନିଜେ ହିଁ ରୁବିନା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ରିପୋର୍ଟ ପଜିଟିଭ ଆସିବା ପରେ ନିଜକୁ ସେ କ୍ଵାରେଣ୍ଟାଇନରେ ରଖିଥିବା ନେଇ ସୂଚନା ଦେଇଛନ୍ତି । ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିବା ସହ ସେ ଲେଖିଛନ୍ତିଯେ, “ମୁଁ ସବୁବେଳେ ନିଜ ଜୀବନରେ ପଜିଟିଭିଟିକୁ ପ୍ରାଧାନ୍ୟ ଦେଇଆସିଛି । ଆଉ ମାତ୍ର ଏକ ମାସ ପରେ ମୁଁ ନିଜ ପ୍ଲାଜ୍ମା ଦାନ କରିବି । ମୁଁ ୧୭ ଦିନ ପାଇଁ ନିଜକୁ କ୍ଵାରେଣ୍ଟାଇନରେ ରଖିଛି । ଯେଉଁମାନେ ଗତ ୫ ରୁ ୭ ଦିନ ଭିତରେ ମୋ ସମ୍ପର୍କରେ ଆସିଛନ୍ତି, ନିଜ ନିଜ ଯାଞ୍ଚ କରାଇ ନିଅନ୍ତୁ ।”

ଅନ୍ୟ ପକ୍ଷରେ, ରୁବିନାଙ୍କ ଏହି ମେସେଜ ପାଇବା ପରେ ତାଙ୍କ ଫ୍ୟାନ୍ସ ମାନେ ଖୁବ ଚିନ୍ତିତ ହୋଇପଡିଛନ୍ତି । ଆଉ ଈଶ୍ବରଙ୍କ ନିକଟରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଅନ୍ୟପକ୍ଷରେ ଅଭିନେତା ତଥା ବିଗବସ ପ୍ରତିଯୋଗୀ ଅଲ୍ଲୀ ଗୋନି ରୁବିନାଙ୍କ ପୋଷ୍ଟ ଉପରେ କମେଣ୍ଟ କରିବା ସହ ତାଙ୍କୁ ନିଜ ଧ୍ୟାନ ରଖିବାକୁ ପରାମର୍ଶ ଦେଇଛନ୍ତି ।

କହିରଖୁଛୁକି, ଚଳିତ ବର୍ଷ ବିଗ ବସ ୧୪ ର ବିଜୟିନୀ ହୋଇଥିବା ବେଳେ ଅନେକ ଟିଭି ସିରିୟଲରେ ବି ନଜର ଆସିଛନ୍ତି । ଏହି ନିକଟରେ ହିଁ ତାଙ୍କର ଏକ ମ୍ୟୁଜିକ ଭିଡିଓ “ମରଜାନୀୟା” ରିଲିଜ ହୋଇଥିଲା । ଯେଉଁଥିରେ ସେ ତାଙ୍କ ସ୍ୱାମୀ ଅଭିନଲ ଶୁକ୍ଲାଙ୍କ ସହ ନଜର ଆସିଥିଲେ । ଯାହାକୁ ଲୋକେ ଖୁବ ପସନ୍ଦ ବି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.