Below header

ଟ୍ରେଣ୍ଡ ଅନୁସାରେ ୨୦୨ ଆସନର ବିଜୟ ପଥରେ ଟିଏମସି, ବିଜୟ ଉତ୍ସବ ମନାଉଛନ୍ତି କର୍ମକର୍ତ୍ତା

କେନ୍ୟୁଜ୍(ବ୍ୟୁରୋ):  ପାଞ୍ଚଟି ରାଜ୍ୟ ବିଧାନସଭା ନିର୍ବାଚନରେ କେଉଁଠି କିଏ ମାରିବ ବାଜି ? ଜନାଦେଶ କାହା ସପକ୍ଷରେ ଯିବ ? ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗଣତି ଚାଲିଛି । ପଶ୍ଚିମବଙ୍ଗରେ କଡ଼ା ଟକ୍କର ଭିତରେ ବିଜୟ ଅଭିମୁଖେ ଟିଏମସି । ଦିଦିଙ୍କ କରିସ୍ମା ଆଗରେ ପୁଣି ଥରେ ଫେଲ୍‌ ମାରିଛି ମୋଦି ମ୍ୟାଜିକ୍‌ । ବିଭିନ୍ନ ଆସନରେ ଟିଏମସି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହୋଇଛି ।

ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡ ଅନୁସାରେ ଟିଏମସି ୨୦୨, ବିଜେପି ୭୮ ଓ ବାମଦଳ ମେଣ୍ଟ ଗୋଟିଏ ଆସନରେ ଆଗୁଆ ରହିଛନ୍ତି । ୨୯୨ ବିଧାନସଭା ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ରହିଛି ୧୪୭ ରହିଛି । ବର୍ତ୍ତମାନର ଟ୍ରେଣ୍ଡ ଜାରି ରହିଲେ ପଶ୍ଚିମବଙ୍ଗରେ ବିପୁଳ ବିଜୟ ହାସଲ କରିବ ଟିଏମସି । କିନ୍ତୁ, ଦଳ ବିଜୟାଭିମୁଖୀ ହୋଇଥିଲେ ବି, ନନ୍ଦୀଗ୍ରାମ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳର ମୁଖ୍ୟ ମମତା ବାନାର୍ଜୀ ତାଙ୍କର ପ୍ରତିଦ୍ବନ୍ଦ୍ବୀ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପଛୁଆ ରହିଥିଲେ। ସଦ୍ୟତମ ‌‘ଟ୍ରେଣ୍ଡ୍‌’ରୁ ମଳିଥିବା ତଥ୍ୟାନୁସାରେ, ସମ୍ପ୍ରତି ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୨୭୦୦ ଭୋଟ୍‌ରେ ଆଗେଇଛନ୍ତି।

ଗଣତି ଭିତରେ ପଶ୍ଚିମବଙ୍ଗରେ ଟିଏମସି କର୍ମକର୍ତ୍ତା ବିଜୟ ଉତ୍ସବ ମନାଉଛନ୍ତି । ନାଚ ଗୀତ ସହ ସେଲିବ୍ରେସନ୍‌ ଆରମ୍ଭ ହେଲାଣି । ଗତ ନିର୍ବାଚନରେ ଟିଏମସି ୨୧୧ ଆସନ ପାଇଥିଲା । ଏଥର କେତେ ସିଟ୍‌ ପାଇବ ତାଉପରେ ନଜର ରହିଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.