୨୨ ବର୍ଷର ଭେଣ୍ଡିଆ ପୁଅ ମୃତ୍ୟୁ ସହ କରୁଛି ସଂଗ୍ରାମ, ଏବେ ଖାଲି ସାହାଯ୍ୟକୁ ଭରସା

 ଟାଙ୍ଗି(କେନ୍ୟୁଜ) : ଇଞ୍ଜିନିୟରିଂ ପଢ଼ୁଥିଲା, ଭଲ ପାଠ ବି ପଢ଼ୁଥିଲା। ସାଙ୍ଗ ସାଥି ସହ ଖେଳୁଥିଲା ବୁଲୁଥିଲା। ସମସ୍ତଙ୍କ ଭଳି ଆଖିରେ ଆଖିଏ ସ୍ୱପ୍ନ ଦେଖିଥିଲେ ପରିବାରର ଏକମାତ୍ର ଗେହ୍ଲା ପୁଅ ଜଗନ୍ନାଥ। କିନ୍ତୁ ବୋଧହୁଏ ଦଇବ କିଛି ଅଲଗା ଚାହୁଁଥିଲା। ସେଥିପାଇଁ ତ ଥାଲେସିମିଆ ଭଳି ଦୂରାରୋଗରେ ପୀଡିତ ଜଗନ୍ନାଥ। ୨୨ ବର୍ଷର ଭେଣ୍ଡିଆ ପୁଅ ମୃତ୍ୟୁ ସହ ଆଜି ସଂଗ୍ରାମ କରୁଛି।

ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଦାଶରଥି ପୁରର ଯୁଧିଷ୍ଠିର ସ୍ୱାଇଁ ଓ ପତ୍ନୀ ଟୁନି ସ୍ୱାଇଁଙ୍କର ଏକମାତ୍ର ପୁଅ ଜଗନ୍ନାଥ। ହସ ଖୁସିରେ ଚାଲି ଥିଲା ପରିବାର । ବାପା ମାଆ କେତେ ଆଶା କରି ଥିଲେ ଗେଲ୍ଲା ପୁଅକୁ ନେଇ । କିନ୍ତୁ ଅଚାନକ ପୁଅର ଦେହ ଖରାପ ହେବାରୁ ତାକୁ ଡାକ୍ତର ପାଖକୁ ଚିକିତ୍ସା ପାଇଁ ନେଇଗଲେ ପୁଅ । ଚିକିତ୍ସା କରି ଡାକ୍ତର ଯାହା କହିଲେ ଜଗନ୍ନାଥଙ୍କ ମା ବାପା ଙ୍କ ପାଦ ତଳୁ ଯେମିତି ମାଟି ଖସି ପଡ଼ିଲା । ପୁଅକୁ ଥାଲେସିମିଆ ରୋଗ ହୋଇଛି। ଥରକୁ ଥର ନୂଆ ରକ୍ତ ଦେବାକୁ ପଡିବ । ମନକୁ ଦୁର୍ବଳ ନକରି ବାପ ମାଆ ମୂଲ ଲାଗି ବହୁ କଷ୍ଟରେ ପୁଅର ଚିକିତ୍ସା ସହ ପାଠ ପଢାଇ ଚାଲିଥିଲେ । ଏବେ ପୁଅକୁ ୨୨ବର୍ଷ। ଭୁବନେଶ୍ୱର ଠାରେ ଏକ ଘରୋଇ କଲେଜରେ ମେକାନିକାଲ ଇଂଜିନିୟରିଂ ପଢ଼ୁଥିଲା । ଏବେ କିନ୍ତୁ ତାହା ସମ୍ଭବ ହେଉନାହିଁ ରୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି ।

jagaଅଧିକା ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଯାହା ଥିଲା ସଂମ୍ପତ୍ତି ସବୁ ବିକି ଭାଙ୍ଗି ପୁଅର ଚିକିତ୍ସା ପାଇଁ ଖର୍ଚ୍ଚ କରିଦେଇଛନ୍ତି । ବିଛଣାରେ ପଡି ପଡ଼ି ଶରୀରର ଅଧା ଅଂଶ ଅକାମି ହୋଇଗଲାଣି ଜଗନ୍ନାଥଙ୍କର । ଥାଲେସିମିଆ ରୋଗରେ ପୀଡିତ ଯୋଗୁଁ ଜଗନ୍ନାଥଙ୍କ ଦେହରେ ନୂତନ ରକ୍ତ ସୃଷ୍ଟି ହୋଇ ପାରୁନାହିଁ । ଏଣୁ ତାର ଶରୀର ଧୀରେ ଧୀରେ ଅଧିକା ଖରାପ ହେବାରେ ଲାଗିଛି ।କିନ୍ତୁ ଯଦି ୟାକୁ ତୁରନ୍ତ ଉଚ୍ଚ ଚିକିତ୍ସା ପାଇଁ କୌଣସି ବ୍ଯବସ୍ଥା ଗ୍ରହଣ କରାଯାଇ ପାରନ୍ତା ହୋଏତ ଏବେ ଯେଉଁ ଯନ୍ତ୍ରଣା ହେଉଛି ତାହା କିଛି ମାତ୍ରାରେ ଉପଶମ ମିଳି ପାରନ୍ତା । ଯଦି ଆପଣ ଏହି ଅସହାୟ ପିଲାଟିକୁ କିଛି ସାହାଯ୍ୟ କରିବାକୁ ଚାହୁଁଛନ୍ତି ତାହେଲେ ଏଥିରେ ଯୋଗାଯୋଗ କରନ୍ତୁ।

NAME- JAGARNNATH SWAIN
MOBILE NO-8144220250
NAME OF BANK PASSBOOK -UNION BANK OF INDIA
BANK PASSBOOK NO- 751202010002356
IFSC CODE- UBINO575127

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.