‘ବିଗ୍‌ବସ୍‌ ୧୩’ ରେ ଅଶ୍ଳୀଳତାକୁ ବିରୋଧ, ବ୍ୟାନ ପାଇଁ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ ନିକଟକୁ ଲେଖାଗଲା ଚିଠି

ଚଳିତ ବର୍ଷ ରିୟାଲିଟି ସୋ’ ‘ବିଗ୍‌ବସ୍‌ ୧୩’ ରେ ସମସ୍ୟା ବଢିବାର ଦେଖିବାକୁ ମିଳିଛି। ଏପରିକି ସୋସିଆଲ ମିଡିଆରେ ମଧ୍ୟ ଏହି ସୋ’ ବନ୍ଦ କରିବାକୁ ଦାବି ମଧ୍ୟ କରାଯାଇଛି। କନଫେଡେରେସନ୍‌ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡରସ୍‌ ପକ୍ଷରୁ କେନ୍ଦ୍ରୀୟ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ ନିକଟକୁ ପତ୍ର ଲେଖି ଏହି ‘ବିଗ୍‌ବସ୍‌ ୧୩’ ର ପ୍ରସାରଣ ତୁରନ୍ତ ବନ୍ଦ କରିବା ପାଇଁ ଦାବି କରିଛନ୍ତି। ଚଳିତ ବର୍ଷ ଏହି ସୋ’ରେ ଅଶୀଳତା ଭଳି ଅନେକ ଗମ୍ଭୀର ଆରୋପ ମଧ୍ୟ ଲଗାଯାଇଛି।

bigg-bossଚଳିତ ବର୍ଷ ବିଗ୍ ବସ୍ ଘରେ କରାଯାଇଥିବା ପରିବର୍ତ୍ତନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ମହିଳା ପ୍ରତିଯୋଗୀମାନେ ପୁରୁଷ ପ୍ରତିଯୋଗୀମାନଙ୍କ ସହ ନିଜର ବେଡ୍ ସେୟାର କରିବାର ନିୟମକୁ ଲୋକେ ବିରୋଧ କରିବା ଆରମ୍ଭ କରିଛନ୍ତି । ସୋ’ ଆରମ୍ଭକୁ ମାତ୍ର ସପ୍ତାହେ ପୁରି ଥିଲେ ମଧ୍ୟ ଲୋକେ ଏହାକୁ ବନ୍ଦ କରିବା ପାଇଁ ଦାବି କରିବାରେ ଲାଗି ପଡ଼ିଛନ୍ତି ।

ଏହାସହ ପଢନ୍ତୁ: ଆଥ୍‌ଲେଟ୍‌ଙ୍କୁ ସୁଟିଂ କରିବାକୁ ଏମିତି ଦୌଡ଼ିଲେ କ୍ୟାମେରାମ୍ୟାନ୍‌, ନିଜେ ହୋଇଗଲେ ବିଜୟୀ; ଅମିତାଭ ସେୟାର କଲେ ଭିଡ଼ିଓ

ଟ୍ଵିଟରରେ ଲୋକମାନେ ମଧ୍ୟ ବଏକଟ୍ ବିଗ୍ ବସ୍ ଓ ଅନସବସ୍କ୍ରାଇବ କଲର୍ସ ଟିଭି ଟ୍ରେଣ୍ଡ ଆରମ୍ଭ କରିଛନ୍ତି । ସୋ’ ଜରିଆରେ ଲଭ୍ ଜିହାଦ୍କୁ ପ୍ରତ୍ସୋହିତ କରାଯାଉଥିବାର ଅଭିଯୋଗ କରି ଲୋକେ ଏଭଳି ଟ୍ରେଣ୍ଡ ଆରମ୍ଭ କରିଛନ୍ତି ଦର୍ଶକ । ବିଜେପି ନେତା ସତ୍ୟଦେବ ପଚୌରୀ ଟ୍ଵିଟ କରି କହିଛନ୍ତି, ଏହା ବିଗ୍ ବସ୍ ନୁହେଁ, ଅଶ୍ଲୀଳତା ଓ ‘ଅୟାସି’ର ଆଡ୍ଡା ବନି ଯାଇଛି । ରିୟାଲିଟି ନାମରେ ଅଶ୍ଲୀଳତା ଦେଖିବାକୁ ମିଳୁଛି । ଏହାକୁ ସଂପୂର୍ଣ୍ଣ ବନ୍ଦ କରିଦେବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.