ରିୟଲିଟି ସୋ’ବିଗ୍‌ ବସ୍‌’କୁ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା, ଚଳିତ ବର୍ଷ ନଜର ଆସିବେ ନାହିଁ ଜଲ୍ଲାଦ୍‌

ସବୁଠାରୁ ଅଧିକ ଟିଆରପି ପାଉଥିବା ସୋ ମାନଙ୍କ ମଧ୍ଯରେ ରିୟଲିଟି ସୋ’ ବିଗ୍‌ ବସ୍‌ ନିଜର ଏକ ସ୍ବତନ୍ତ୍ର ପରିଚୟ ସ୍ରୁଷ୍ଟି କରିଛି ।  ସେପ୍ଟେମ୍ବର ମାସରେ ଆରମ୍ଭ ହେବାକୁ ଯାଉଛି ଛୋଟ ପରଦାର ସବୁଠାରୁ ବଡ଼ ରିୟଲିଟି ସୋ’ ବିଗ୍‌ ବସ୍‌ । ଯାହାର ପ୍ରଥମ ପ୍ରୋମୋ ସୁଟ୍‌ କରିସାରିଲେଣି ବଲିଉଡର ଭାଇଜାନ୍ ସଲମାନ ଖାନ୍ । ଯାହା ଖୁବ୍‌ ଶୀଘ୍ର ଏହାକୁ ରିଲିଜ୍‌ ହେବାକୁ ଯାଉଥିବା ଜଣାପଡ଼ିଛି । ତେବେ ଅଗଷ୍ଟ ୧୩ରେ କଲର୍ସ ଚ୍ୟାନେଲ ପକ୍ଷରୁ କରାଯାଇଥିବା ଟୁଇଟ୍‌ ପରେ ସୋ’କୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଏହି ହାଇଭୋଲଟେଜ୍ ସୋ’ରେ ଚଳିତ ବର୍ଷ ଯୁଦ୍ଧ ବିଷୟବସ୍ତୁକୁ ନେଇ ବିଗ୍‌ ବସ୍‌ ଆରମ୍ଭ ହେବ ବୋଲି କଲର୍ସ ଚ୍ୟାନେଲ ପକ୍ଷରୁ କରାଯାଇଥିବା ଟୁଇଟ୍‌କୁ ନେଇ ଦର୍ଶକଙ୍କ ମାହୋଲରେ ଆରମ୍ଭ ହୋଇଯାଇଛି ବିଭିନ୍ନ ଆଲୋଚନା।

କଲର୍ସ ଚ୍ୟାନେଲ ପକ୍ଷରୁ ଟୁଇଟ୍‌ ରେ ପ୍ରଶ୍ନ କରାଯାଇଥିଲା କି, ଯଦି ଶିଳ୍ପା ସିନ୍ଦେ ଓ ଦୀପିକା କକ୍କର ଗୋଟେ ସିଜିନ୍‌ରେ ସାଥୀରେ ଆସିଥାନ୍ତେ, ତେବେ କିଏ ସୋ’ ଜିତିଥାନ୍ତା ବୋଲି ଆପଣ ଭାବୁଛନ୍ତି ? ଏହାପରେ #BB13War ଲେଖାଯାଇ ପୋଷ୍ଟ କରାଯାଇଥିଲା । ଯାହାପରେ ବିଗ୍‌ ବସ୍‌ ସିଜିନ୍‌-୧୩ ଯୁଦ୍ଧ ବିଷୟବସ୍ତୁକୁ ନେଇ ଆରମ୍ଭ ହେବ ବୋଲି ଲୋକେ ଆଶଙ୍କା କରୁଛନ୍ତି ।

ଏହାସହ ପଢନ୍ତୁ : ‘ଟପ୍‌-୧୦ ଫେକ୍‌ ଇନଷ୍ଟା ଫଲୋୟର୍ସ’ ଲିଷ୍ଟରେ ଦୀପିକା-ପ୍ରିୟଙ୍କା, ଏହି କ୍ରିକେଟର ମଧ୍ୟ ସାମିଲ

ତେବେ ଚଳିତ ବର୍ଷ ସୋ’ରେ ସମସ୍ତଙ୍କ ପ୍ରିୟ ଜଲ୍ଲାଦ୍‌ ଯାହାଙ୍କ ପ୍ରକ୍ରୁତ ନା ଚିନ୍ତନ ଗାଙ୍ଗର ସେ ନଜର ଆସିବେ ନାହିଁ ବୋଲି ଜଣାପଡ଼ିଛି । ଚିନ୍ତନ ଏ ନେଇ ଇନ୍‌ଷ୍ଟାରେ ପୋଷ୍ଟ କରି ଲେଖିଛନ୍ତି କି, ସେ ସବୁଦିନ ପାଇଁ ଅଭିନୟ ଛାଡ଼ି ଦେଇଛନ୍ତି । ତେଣୁ ତାଙ୍କୁ ତାଙ୍କର କାମ ଓ ଅଭିନୟକୁ ନେଇ କୌଣସି ପ୍ରଶ୍ନ ନ ପଚରାଯାଉ । ସେ ବିଗ୍‌ ବସ୍‌ରେ ଆଉ ନଜର ଆସିବେ ନାହିଁ । ତାଙ୍କୁ ୬ବର୍ଷ ହେଲା ଏତେ ଭଲପାଇବା ଓ ସମର୍ଥନ ଦେଇଥିବାରୁ ସେ ସବୁ ଦର୍ଶକ ମାନଙ୍କୁ ଧନ୍ୟବାଦ୍‌ ମଧ୍ଯ ଦେଇଛନ୍ତି ।

Chintanତେବେ ସୋ’ ଆରମ୍ଭ ନହଉଣୁ ଯଦି ଏତେ ଚର୍ଚ୍ଚା ତେବେ ଆଗକୁ ଏହା କେତେ ଏଣ୍ଟରଟେନମେଣ୍ଟର ଖୋରାକ୍ ଯୋଗାଇବ ତାହା ସ୍ପଷ୍ଟ ଭାବେ ଅନୁମାନ କରାଯାଇପାରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.