Below header

ଏକଦା ହଟ୍‌ ପୁନମ ପାଣ୍ଡେଙ୍କୁ ଡେଟ୍‌ କରୁଥିଲେ ଏହି ଅଭିନେତାଙ୍କ ପୁଅ, ଏବେ ସାଜିବେ ସନ୍ନ୍ୟାସୀ

୭୦ ଦଶକର ସୁପରଷ୍ଟାର ବିନୋଦ ଖାନ୍ନା ସମସ୍ତଙ୍କ ହୃଦୟରେ ରାଜ୍‌ କରୁଥିଲେ। ତାଙ୍କ ଫିଲ୍ମକୁ ଦର୍ଶକ ବେଶ୍‌ ପସନ୍ଦ ମଧ୍ୟ କରୁଥିଲେ। କିନ୍ତୁ ଏହି ଅଭିନେତା ନିଜ କ୍ୟାରିୟରର ସବୁଠୁ ଶୀର୍ଷରେ ରହିଥିଲେ ସେହି ସମୟରେ ସେ ଆଧ୍ୟାତ୍ମିକ ଗୁରୁ ଓଶୋଙ୍କ ଶରଣ ନେଇ ପରିବାର ଲୋକଙ୍କୁ ଓ ପ୍ରଶଂସକଙ୍କୁ ଚକିତ କରିଦେଇଥିଲେ।

saskhi

ଏବେ ବିନୋଦଙ୍କ ସାନ ପୁଅ ସାକ୍ଷୀ ଖାନ୍ନା ମଧ୍ୟ ବାପାଙ୍କ ଚଲାପଥକୁ ଅନୁସରଣ କରୁଛନ୍ତି। ସାକ୍ଷୀ ଆଧ୍ୟାତ୍ମିକ ରାସ୍ତାକୁ ଚୟନ କରିବା ସହ ଓଶୋ ଇଣ୍ଟରନ୍ୟାଶନାଲରେ ଯୋଗଦେଇଛନ୍ତି ବୋଲି ଶୁଣିବାକୁ ମିଳିଛି। ସାକ୍ଷୀ ହେଉଛନ୍ତି ବିନୋଦଙ୍କ ଦ୍ୱିତୀୟ ସ୍ତ୍ରୀ କବିତାଙ୍କ ପୁଅ। ପୂର୍ବରୁ ସାକ୍ଷୀ ନିଜର ଏକ ପ୍ରଡକ୍ସନ ହାଉସ ମଧ୍ୟ ଖୋଲିଥିଲେ। ୪ବର୍ଷ ପୂର୍ବରୁ ସାକ୍ଷୀ ବଲିଉଡ୍‌ର ମିଲନ ଲୁଥରିଆଙ୍କ ଫିଲ୍ମ ଜରିଆରେ ବଡ଼ ପରଦାରେ ଡେବ୍ୟୁ କରିବେ ବୋଲି କୁହାଯାଉଥିଲା।

ଏହାସହ ପଢ଼ନ୍ତୁ ; କେମିଓ କରିବେ ଶାହାରୁଖ, ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରେ କଲେ ଏଣ୍ଟ୍ରି

bajirao

ଫିଲ୍ମ ‘ବାଜିରାଓ ମସ୍ତାନୀ’ରେ ସାକ୍ଷୀ ସଞ୍ଜୟଙ୍କ ସହ ନିର୍ଦ୍ଦେଶକ ଭାବେ ମଧ୍ୟ କାମ କରିଛନ୍ତି।ତା’ ପରେ ମଧ୍ୟ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ଜରିଆରେ ବଲିଉଡରେ ପାଦ ଦେବେ ବୋଲି ଶୁଣିବାକୁ ମଧ୍ୟ ମିଳିଥିଲା। ହେଲେ ସେ ବଲିଉଡ୍‌ରେ ଡେବ୍ୟୁ କଲେନାହିଁ। ଏହାଛଡା ସାକ୍ଷୀ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ମଧ୍ୟ ବେଶ ଚର୍ଚ୍ଚାରେ ରହିଥିଲେ। ପୁନମ ପାଣ୍ଡେଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ଚାଲିଥିଲା। ଦୁହିଁଙ୍କୁ ଅନେକ ପାର୍ଟିରେ ଏକାଠି ଦେଖିବାକୁ ମିଳିଛି। ଅନ୍ୟପଟେ ବିନୋଦଙ୍କ ବଡ଼ ପୁଅ ଅକ୍ଷୟ ଖାନ୍ନା ଏବେ ବି ବଲିଉଡ୍‌ରେ ସକ୍ରିୟ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.