ଭରସା କରନ୍ତୁନି ବ୍ରାଣ୍ଡେଡ୍‌ କମ୍ପାନୀକୁ, କେମିତି ଲୁଣର ହେଉଛି ଡୁପ୍ଲିକେଟ ନିଜ ଆଖିରେ ଦେଖନ୍ତୁ

ଆମେ ସାଧାରଣତଃ ଜିନିଷ କିଣିବା ପାଇଁ ମାର୍କେଟ ଗଲେ ପ୍ରଥମେ ବ୍ରାଣ୍ଡ ଦେଖନ୍ତି। ଭଲ କମ୍ପାନୀର ପ୍ରଡକ୍ଟସ ଦେଖି ଜିନିଷ କିଣୁ। ବଡ ଠାରୁ ଆରମ୍ଭ କରି ଛୋଟ ଛୋଟ ଜିନିଷ ଉପରେ ବି ଆମେ ବିଶ୍ୱସ୍ତ କମ୍ପାନୀର ନାଁ ଖୋଜୁ । କାହିଁକି ନା ଆମର ଧାରଣା ଯେ ବ୍ରାଣ୍ଡ ୟୁଜ୍ କଲେ ଏହା ଅଧିକ ଭଲ ଜିନିଷ ହୋଇଥିବ ।

କିନ୍ତୁ କଣ ଆପଣ କେବେ ଭାବିଛନ୍ତି କି ଯାହାକୁ ଭଲ ବୋଲି ଭାବି କିଣି ଘରକୁ ଆଣୁଛନ୍ତି ତାହା ପ୍ରକୃତରେ କେତେ ଭଲ ? ଅବଶ୍ୟ ଏକଥା ଆପଣ ବି ଜାଣିଛନ୍ତି ଯେ ବ୍ରାଣ୍ଡେଡ୍‌ ଜିନିଷ ନାଁରେ ଆପଣଙ୍କୁ କେବେ ନା କେବେ ଠକାମୀର ଶିକାର ହେବାକୁ ପଡ଼ିଥାଇ ପାରେ । ତେବେ ବର୍ତ୍ତମାନ ଏକ ବହୁତ ଭଲ ବ୍ରାଣ୍ଡର ଜିନିଷ କିଭଳିକୁ ଜାଲ୍‌ କରାଯାଉଛି ସେହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Salt-Mohaliଏହା ହେଉଛି ହାଇଦରାବାଦର ବେଗମ ବଜାରରେ ଥିବା ଏକ ଲୁଣ ଫ୍ୟାକ୍ଟ୍ରୀର ଭିଡିଓ। ଯାହାକୁ ଦେଖିଲେ ଆପଣ ମଧ୍ୟ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ଦେଖନ୍ତୁ ଏହି ଭିଡିଓକୁ କେମିତି ନାମୀ ଦାମୀ ବ୍ରାଣ୍ଡ ଟାଟା ଲୁଣକୁ ଏଠି ଡୁପ୍ଲିକେଟ୍‌ କରାଯାଉଛି । ଲୁଣ ପ୍ୟାକ୍‌ ହେଉଥିବା ପ୍ୟାକେଟ୍‌ ପୂରା ଟାଟା ଲୁଣର । ହେଲେ ଏଥିରେ ପଶୁଛି ସାଧାରଣ ଲୁଣ । ତେଣୁ କୁହାଯାଇ ପାରେ ଶୁଦ୍ଧ ଜାଗାରେ ଆପଣଙ୍କୁ ହୁଏତ ଦିଆଯାଉଛି ଅଶୁଦ୍ଧ ଲୁଣ । ଭିଡିଓରେ ଆପଣମାନେ ଦେଖି ପାରୁଥିବେ କେମିତି ଏକ ଅପରିଷ୍କାର ଜାଗାରେ ଲୁଣ ଢ଼ଳା ହୋଇଛି। ଆଉ ସେହି ଲୁଣ ଉପରେ ବସି ଟାଟା ଲୁଣ ପ୍ୟାକେଟରେ ଲୁଣ ଭରୁଛନ୍ତି। ଆଉ ଜଣେ ଝିଅ ଛିଡା ହୋଇ ଏହି ନକଲି ପ୍ୟାକେଟ ସବୁକୁ ପ୍ୟାକିଂ କରୁଛନ୍ତି।

policeଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଟାଟା ଲୁଣର ଟିମ ପଞ୍ଜାବ ପୋଲିସ ସହିତ ମିଶି ଏହି ନକଲି ଫ୍ୟାକ୍ଟି୍ରରେ ଛାପା ମାରିଥିଲେ । ଜଣାପଡିଲା ଯେ ଏଠି ଏଭଳି ଭାବେ ଜାଲ୍‌ କାମ କରାଯାଉଛି । ତେବେ ଆପଣ ଦେଖି ପାରୁଥିବେ ଏଠି କେବଳ ଟାଟା ଲୁଣ ନୁହେଁ ବରଂ ଅନ୍ୟ ନାମୀ ବ୍ରାଣ୍ଡସର ପ୍ୟାକେଟ ମଧ୍ୟ ରହିଛି।

ଏହାସହ ପଢନ୍ତୁ : ଏମିତି ଏକ ଗାଈ ଯାହାର ଦାମ ୧୨ କୋଟି ଟଙ୍କା, ଆଉ ଦିନକୁ ଦିଏ ୧୦୦ ଲିଟର କ୍ଷୀର

ତେବେ ଏଠି ଆମେ କହି ରଖୁଛୁ ଯେ ମାର୍କେଟରୁ ଆପଣ କିଣୁଥିବା ବ୍ରାଣ୍ଡେଡ୍‌ ଜିନିଷକୁ ବି ଭରସା କରି ହେବ ନାହିଁ । ଏଭଳି ଅଧିକାଂଶ ନାମିଦାମି ବ୍ରାଣ୍ଡର ନକଲି ପ୍ରଡକ୍ଟସ ଆସୁଛି ଯାହାକୁ ଆପଣ ଯାଞ୍ଚ କଲେ ବି ହୁଏତ ଧୋକା ଖାଇଯିବେ । କାରଣ ଏସବୁର ପ୍ୟାକିଂ ପ୍ରାୟ ସମାନ । ତେଣୁ ସାବଧାନ୍‌ ! ଏବେ ଆହୁରି ସତର୍କ ହୋଇ ଜିନିଷ କିଣନ୍ତୁ । କାରଣ ବେପାର ଆଳରେ ଅର୍ଥ ରୋଜଗାର ପାଇଁ ଏଭଳି ବେଆଇନ୍‌ ରାସ୍ତା ଆପଣାଉଛନ୍ତି ଅନେକ ଅସାଧୁ ବେପାରୀ । ଆଉ ଭୋଗୁଛନ୍ତି ସାଧାରଣ ଲୋକ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.