ବିବାହର ୬ ବର୍ଷ ପରେ ମା’ ହେଲେ ବିପାଶା ବସୁ, ଘରକୁ ଆସିଲେ କନ୍ୟା ରତ୍ନ

ମା’ ହେଲେ ବଲିଉଡ ଅଭିନେତ୍ରୀ ବିପାଶା ବସୁ। ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି ବିପାଶା । ବିପାଶା ଏବଂ କରନ ସିଂ ଗ୍ରୋଭର ବାହାଘରର ୬ ବର୍ଷ ପରେ ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି। ମୁମ୍ବାଇର ହିନ୍ଦୁଜା ହସପିଟାଲରେ ବିପାଶା ଝିଅକୁ ଜନ୍ମ ଦେଇଛନ୍ତି। ଝିଅ ଜନ୍ମ ହେବା ପରେ ବିପାଶା ଏବଂ କରନ ବେଶ୍‌ ଖୁସି ରହିଛନ୍ତି।

ଅଗଷ୍ଟ ମାସରେ ଦୁହେଁ ଫ୍ୟାନ୍ସଙ୍କୁ ଏହି ଖୁସିଖବର ଜଣାଇଥିଲେ। ଉଭୟ ସୋସିଆଲ ମିଡିଆରେ ବେବି ବମ୍ପ ଫଟୋ ସେୟାର କରିଥିଲେ। ଯାହା ଖୁବ୍ ଭାଇରଲ ମଧ୍ୟ ହୋଇଥିଲା। ବିପାଶା ଓ କରନଙ୍କ ବିବାହ ୨୦୧୬ ମସିହାରେ ହୋଇଥିଲା। ବିବାହର ୬ ବର୍ଷ ପରେ ଦମ୍ପତି ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି।

 

View this post on Instagram

 

A post shared by Bipasha Basu (@bipashabasu)

ତେବେ ବାହାଘରର କିଛିଦିନ ପରେ ଦମ୍ପତି ଦୁହେଁ ପିଲା ଚାହୁଁଥିଲେ। କିନ୍ତୁ କାମ ଯୋଗୁଁ କିଛି ଭାବିନଥିଲେ। ୨୦୧୨ରେ ଏମାନେ ପିଲା କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

 

View this post on Instagram

 

A post shared by Bipasha Basu (@bipashabasu)


ସୂଚନାଯୋଗ୍ୟ, ନିକଟରେ ଆଲିଆ ଭଟ୍ଟ, ଦେବିନା ବାନାର୍ଜୀ ମଧ୍ୟ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ପ୍ରଥମ ପିଲାର ୭ ପରେ ପୁଣିଥରେ ମା’ ହେବାର ସୌଭାଗ୍ୟ ପାଇଛନ୍ତି ଦେବିନା । ଆଉ ଦେବିନାଙ୍କ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଖବର ଗୁରମିତ୍ ନିଜ ସୂଚନା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.