ହ୍ଵାଟ୍ସଆପ୍‌ ଷ୍ଟାଟସ ଦେଖନ୍ତୁ ସିକ୍ରେଟଲୀ, ଆଦୌ ଦେଖେଇବନି ଆପଣଙ୍କ ନାମ

ହ୍ଵାଟ୍ସଆପ୍‌ ହେଉଛି ସବୁଠାରୁ ଲୋକପ୍ରିୟ ଇନଷ୍ଟାଣ୍ଟ ମ୍ୟାସେଜିଙ୍ଗ୍‌ ଆପ୍‌। ଏହି ଆପର ପ୍ରାୟ ୨ ବିଲିୟନ୍‌ ଆକ୍ଟିଭ ୟୁଜର୍ସ ଅଛନ୍ତି। ଏହି ଆପରେ ଗ୍ରୁପ କଲିଙ୍ଗ୍‌, କମ୍ୟୁନିଟୀ ଫିଚର୍ସ ଏବଂ ସେୟାରିଙ୍ଗ ଷ୍ଟାଟସ୍‌ ସାମିଲ ରହିଛି। ହ୍ଵାଟ୍ସଆପ୍‌ ଷ୍ଟାଟସ ଫିଚର ଇନଷ୍ଟାଗ୍ରାମ ଏବଂ ଫେସବୁକର ବରାବର। ଏହା ଆପଣଙ୍କୁ ଟେକ୍ସଟ, ଫଟୋ, ଭିଡିଓ ଏବଂ ଜିଆଇଏଫ ଅପଡେଟ କରିବାର ଅନୁମତି ଦେଇଥାଏ। ଯାହା ୨୪ ଘଣ୍ଟା ପରେ ଗାୟବ ହୋଇଯାଏ।

ଯଦି କିଏ ହ୍ଵାଟ୍ସଆପ୍‌ ଷ୍ଟୋରୀ ପୋଷ୍ଟ କରେ, ତାହେଲେ ସେହି ଲୋକର ନାମ ଶୋ କରେ ଯିଏ ଏହି ଷ୍ଟୋରୀକୁ ଦେଖିଥିବେ। ଯେବେକି ଏହି ସୁବିଧା ଆମକୁ ସେହି ଲୋକମାନଙ୍କ ବିଷୟରେ ଜଣାଇଥାଏ, ଯିଏ ଆପଣଙ୍କ ଡେଲି ଷ୍ଟାଟସ୍‌ ଦେଖୁଥିବ। ଆମେ ବି କାହାର ଷ୍ଟୋରୀଜକୁ ଯାଞ୍ଚ୍‌ କରିବା ସମୟରେ ଚାହାଁନ୍ତି ସିକ୍ରେଟ ରହିବାକୁ।
ତେବେ ଆପଣଙ୍କର ଏହି ଗୋପନୀୟତାକୁ ବଜାୟ ରଖିବା ପାଇଁ ହ୍ଵାଟ୍ସଆପ୍‌ ୟୁଜର୍ସଙ୍କ ପାଇଁ ଆଣିଛି ବଢ଼ିଆ ସୁବିଧା। ତେବେ ଆସନ୍ତୁ ସେହି ସମ୍ପର୍କୀତ ତରିକା ସବୁ ଜାଣିବା ଯାହା ମାଧ୍ୟମରେ ଆମେ ଅନ୍ୟ ବ୍ୟକ୍ତିଙ୍କୁ ନଜଣାଇ ହ୍ଵାଟ୍ସଆପ୍‌ ଷ୍ଟୋରୀଜ୍‌ ଯାଞ୍ଚ୍‌ କରିପାରିବେ।

ହ୍ଵାଟ୍ସଆପ୍‌ ରିଡ-ରିସିପ୍ଟକୁ ଡିସାବଲ କରନ୍ତୁ

ରିଡ-ରିସିପ୍ଟକୁ ବନ୍ଦ କରିବା ଦ୍ୱାରା ନାକେବଳ ଆପଣଙ୍କ ଚାଟରେ ବ୍ଲୁ ଟିକ୍‌ ବନ୍ଦ ହୋଇଯିବ, ବରଂ ଆପଣ କାହାକୁ ବିନା ବତାଇ ତାଙ୍କର ଷ୍ଟାଟସ ଦେଖିପାରିବେ। ତାହା ପୁଣି ତାଙ୍କୁ ଆଦୌ ବି ଜଣାପଡିବନି। ଯଦିଓ ରିଡ-ରିସିପ୍ଟ ବନ୍ଦ କରିବା ପରେ ମଧ୍ୟ ଆପଣ ନିଜ ହ୍ଵାଟ୍ସଆପ୍‌ ଷ୍ଟାଟସର ଭ୍ୟୁଜ୍‌ ଦେଖିପାରିବେନାହିଁ।

ରିଡ-ରିସିପ୍ଟ ବନ୍ଦ କରିବାର ତରିକା

  • ନିଜ ସ୍ମାର୍ଟଫୋନରେ ହ୍ଵାଟ୍ସଆପ୍‌ ଓପନ କରନ୍ତୁ।
  • ଏବେ ଉପର ଡାହାଣ କୋଣରେ ଥିବା ଥ୍ରି ଡଟ୍‌ ମେନ୍ୟୁ ଉପରେ ଟ୍ୟାପ୍‌ କରନ୍ତୁ।
  • ଏହାପରେ ସେଟିଙ୍ଗ୍ସକୁ ଚୟନ କରନ୍ତୁ।
  • ଏବେ ଆକାଉଣ୍ଟସ ଉପରେ କ୍ଲିକ କରନ୍ତୁ ଏବଂ ପ୍ରାଇଭେସୀକୁ ଚୟନ କରନ୍ତୁ।
  • ଏବେ ରିଡ-ରିସିପ୍ଟ ପାଇଁ ଟାଙ୍ଗଲକୁ ଡିସାବଲ କରିଦିଅନ୍ତୁ।
  • ହ୍ଵାଟ୍ସଆପ୍‌ ଷ୍ଟୋରୀ ଅଫଲାଇନ୍‌ ଦେଖନ୍ତୁ।
  • ହ୍ଵାଟ୍ସଆପ୍‌ ଖୋଲନ୍ତୁ ଏବଂ ଆପକୁ ଷ୍ଟୋରୀଜ ଲୋଡ୍‌ କରିବା ପାଇଁ କିଛି ମିନିଟ୍‌ ଅପେକ୍ଷା କରନ୍ତୁ।
  • ଏବେ ନିଜ ଫୋନରେ ଓ୍ଵାଇ-ଫାଇ କିମ୍ବା ମୋବାଇଲ ଡାଟା ବନ୍ଦ କରିଦିଅନ୍ତୁ ଏବଂ ସେହି ଷ୍ଟୋରୀକୁ ଖୋଲନ୍ତୁ ଯାହାକୁ ଆପଣ ଦେଖିବାକୁ ଚାହୁଁଛନ୍ତି।

incognito ମୋଡ୍‌ ଚାଲୁ କରନ୍ତୁ

ଯଦି ଆପଣ ହ୍ଵାଟ୍ସଆପକୁ ଡେସ୍କଟପରେ ଖୋଲିଛନ୍ତି। ତାହେଲେ ଇନକୋଗ୍ନିଟୋ ମୋଡକୁ ସ୍ୱିଚ୍‌ କରନ୍ତୁ ଏବଂ େଓ୍ଵବ ପାଇଁ ନିଜ ହ୍ଵାଟ୍ସଆପ୍‌ ଖୋଲନ୍ତୁ। ଆପଣ କାହାର ବି ଷ୍ଟାଟସ ଦେଖନ୍ତୁ ନା କାହିଁକି ତାଙ୍କୁ ବିଲକୁଲ ବି ଜଣାପଡିବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.