ଦୁବାଇରେ ସମ୍ମାନିତ ହେଲେ ଶାହରୁଖ, ଲୋକପ୍ରିୟ ଡାଇଲଗ୍‌ କହି ପୁଣି ଜିଣିନେଲେ ଫ୍ୟାନ୍ସଙ୍କ ମନ

ବଲିଉଡର କିଙ୍ଗ ଶାହରୁଖ ଖାନଙ୍କ ଲିଷ୍ଟରେ ଆଉ ଏକ ଆଚିଭମେଣ୍ଟ ସାମିଲ ହୋଇଛି । ଦୁବାଇର ଶାରଜାହରେ ଏକ୍ସପୋ ସେଣ୍ଟରରେ ଶାରଜାହ ଇଣ୍ଟରନ୍ୟାସନାଲ ବୁକ୍‌ ଫେୟାର ୨୦୨୨ରେ ତାଙ୍କୁ ଗ୍ଲୋବଲ ଆଇକନ ଅଫ ସିନେମା ଆଣ୍ଡ କଲଚର ନ୍ୟାରେଟିଭ ଆଓ୍ଵାର୍ଡ ପ୍ରଦାନ କରାଯାଇଛି । ଏହି ଇଭେଣ୍ଟରେ ଶାହରୁଖଙ୍କ ଫ୍ୟାନ୍ସ ଭିଡ ଜମାଇଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଜଣେ ଫ୍ୟାନ୍‌ କ୍ଲବ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ କିଙ୍ଗ୍ ଖାନଙ୍କୁ ଅଲ୍ ବ୍ଲାକ୍ ଲୁକରେ ନଜର ଆସିଛନ୍ତି । ‘ଲେଖା ଏବଂ ସୃଜନଶୀଳତା କ୍ଷେତ୍ରରେ ସାଂସ୍କୃତିକ ଦୃଶ୍ୟ ଏବଂ ବିକାଶରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିବା ଅଭିନେତା କହିଛନ୍ତି।

ଷ୍ଟେଜରେ ଶାହରୁଖ ‘ଦିଲୱାଲେ ଦୁହ୍ଲନିଆ ଲେ ଜାୟେଙ୍ଗେ’ର ତାଙ୍କର ଲୋକପ୍ରିୟ ପୋଜ୍ ମଧ୍ୟ ଦେଇଛନ୍ତି। ସେହିଭଳି ଅନ୍ୟ କ୍ଲିପରେ ସେ ନିଜର ଭିନ୍ନ ଭିନ୍ନ ଫିଲ୍ମର ଡାଇଲଗ୍‌ କରି ଦର୍ଶକଙ୍କ ମନୋରଂଜନ କରିଥିବାର ନଜର ଆସିଥିଲେ ।

ଜନ୍ମଦିନ ଅବସରରେ ତାଙ୍କ ଆଗାମୀ ଫିଲ୍ମ ‘ପଠାନ’ର ଟିଜର ଲଞ୍ଚ୍ କରାଯାଇଛି। ଟିଜରକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ଲୋକମାନେ ଏହାକୁ ପ୍ରଶଂସା କରୁଛନ୍ତି। ଏହାଛଡା ଶାହରୁଖ ବିଜୟ ସେତୁପତି ଏବଂ ନୟନତାରାଙ୍କ ସହିତ ଫିଲ୍ମ ଜଓ୍ଵାନରେ ନଜର ଆସିବେ। ସେହିଭଳି ତାପସୀ ପାନ୍ନୁଙ୍କ ସହିତ ଡଙ୍କିରେ ମଧ୍ୟ ନଜର ଆସିବେ କିଙ୍ଗଖାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.