ଜାଣନ୍ତୁ, କେଉଁ ଅଭିନେତ୍ରୀଙ୍କ ବିବାହ ପାଇଁ ମିଥୁନ କରିଥିଲେ ପେଟ ଦରଜର ବାହାନା

ଡିସ୍କୋ ଡ୍ୟାନ୍ସର, ଅଗ୍ନିପଥ ଓ ଡ୍ୟାନ୍ସ ଡ୍ୟାନ୍ସ ଭଳି ଫିଲ୍ମରେ ସୁନ୍ଦର ଅଭିନୟ କରି ପ୍ରଶଂସକଙ୍କ ହୃଦୟ ଜିତିଥିବା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବଲିଉଡରେ ଏକ ଭିନ୍ନ ପରିଚୟ ରହିଛି । ଏହା ମଧ୍ୟରେ ମିଥୁନ, ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀଙ୍କ ସହ ଏକ ମ୍ୟୁଜିକ୍‌ ଶୋ’ ରେ ଅତିଥି ଭାବେ ଯୋଗ ଦେଇଛନ୍ତି । ଏହି ଶୋ’ରେ ଅଭିନେତ୍ରୀଙ୍କ ବିବାହକୁ ନେଇ ଏକ ବଡ କଥା କହିଛନ୍ତି ମିଥୁନ ଦାଦା ।

ମିଥୁନ ଓ ପଦ୍ମିନୀ ଏକ ସଂଗୀତ ରିୟଲିଟି ଶୋ ରେ ଯୋଗ ଦେି ବହୁତ ମସ୍ତି କରିଥିଲେ । ଏହି ସମୟରେ ମିଥୁନ ଅଭିନେତ୍ରୀଙ୍କ ବିବାହକୁ ନେଇ ଏକ ବଡ କଥା କହିଥିଲେ । ପଦ୍ମିନୀଙ୍କ ବିବାହ ସମ୍ପର୍କରେ ଏ କଥା ବହୁତ କମ ଲୋକ ଜାଣିଛନ୍ତି । ପଦ୍ମିନୀଙ୍କ ବିବାହ ବେଳେ ମୁଁ ସୁଟିଂରେ ବ୍ୟସ୍ତ ଥିବାରୁ ପେଟ ଦରଜର ବାହାନା କରିଥିଲି । ଏହି ବାହାନା ଏଥିପାଇଁ କରିଥିଲି ଯେ ପଦ୍ମିନୀ ବିବାହ ପାଇଁ ଜଲଦି ଯାଇ ଜଲଦି ଫେରି ଆସିବେ । ସେ ପର୍ଯ୍ୟନ୍ତ ମୋର ବାହାନା ଚାଲୁଥିଲା, ଆଜ ପର୍ଯ୍ୟନ୍ତ ଏକଥା କାହାକୁ ଜଣା ନଥିଲା ।

ମିଥୁନ ଚକ୍ରବର୍ତ୍ତୀଙ୍କ ପରେ ପଦ୍ମିନି ମଧ୍ୟ ତାଙ୍କ କଥା କହିଥିଲେ । ମିଥୁନ ସତ କହିଛନ୍ତି, ତେବେ ଆମ ଦୁହିଁଙ୍କ ମଧ୍ୟରେ ସର୍ବଦା ଟମ୍‌ ଆଣ୍ଡ ଜେରୀ ଭଳି ସମ୍ପର୍କ । କେହି କାହାକୁ ଛାଡୁ ନଥାଉ । ଆମ ଭିତରେ କିଛି ନା କିଛି କଥା କଟାକଟି ଚାଲିଥାଏ । ହେଲେ ଫିଲ୍ମରେ ଆମେ ପୁରା ହୃଦୟର ସହ କାମ କରିଥାଉ । ସେତେବେଳେ ଦୁହେଁ ଦୁହିଁଙ୍କ ପାଇଁ ପୁରା ଡେଡିକେଟ ରହିଥାଉ । ପୁଣି ସୁଟିଂ ସରିଗଲେ ଟମ୍‌ ଆଣ୍ଡ ଜେରୀ ହୋଇ ଯାଇଥାଉ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.