ଚିଲିକାର ନୀଳ ଜଳରାଶିରେ ସନ୍ତରଣ କଲେ ଜଳପରୀ ଜିଆ ରାଏ, ୩ ଘଣ୍ଟା ୫୧ ମିନିଟରେ ଅତିକ୍ରମ ୨୧ କିଲୋମିଟର

ଟାଙ୍ଗି (କେନ୍ୟୁଜ): ମିସ୍ ଜିଆ ରାଏ । ବୟସ ମାତ୍ର ୧୪ ବର୍ଷ ଜନ୍ମସ୍ଥାନ ବନାରସ କିନ୍ତୁ ସେ ମୁମ୍ବାଇରେ ରୁହନ୍ତି । ମିସ୍ ଜିଆ ରାଏଙ୍କର ବାପା ମଦନ ରାଏ ହେଉଛନ୍ତି ଭାରତୀୟ ନୌସେନାରେ ଜଣେ ପଦାଧିକାରୀ ଅଛନ୍ତି । ମିସ୍ ଜିଆ ରାଏ ଜଣେ ଦିବ୍ୟାଙ୍ଗ ଅଟନ୍ତି । ଆଜି ମିସ୍ ଜିଆ ରାଏ ମରାଳ ମାଳୀନି ନୀଳାମ୍ବୁ ଚିଲିକାରେ ସନ୍ତରଣ କରିଛନ୍ତି । ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳିଜାଈ ଙ୍କ ପୀଠ ତଥା ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଗଡରୁ ବାଲୁଗାଁ ଜେଟି ତଥା ଚିଲିକା କୂଳ ଯାହାର ଦୂରତା ୨୧ କିମି ଜଳପଥରେ ସନ୍ତରଣ କରିଛନ୍ତି। ୩ଘଣ୍ଟା ୫୧ ମିନିଟ ରେ ଅତିକ୍ରମ କରିଥିଲେ । ଭେଟେରାନ୍ସ କ୍ଲବ ଓଡିଶା ( ଅବସର ପ୍ରାପ୍ତ ସାମରିକ କର୍ମଚାରୀ ) ଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି । ଚିଲିକାର ଜଳରାଶି ରେ ନୂତନ ବାର୍ତ୍ତା ଦେବାକୁ ଚାହୁଁଛି ଭେଟେରାନ୍ସ କ୍ଲବ ଭୁବନେଶ୍ୱର ।

ଭେଟେରାନ୍ସ କ୍ଲବ ଓଡିଶା ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ସହାୟତା କରିଛନ୍ତି ନୌସେନା ବାହିନୀର ଓଡିଶା ମୂଖ୍ୟ କମୋଡର N Pradeep ।
ମୁଖ୍ୟ ଅତିଥି ଭାବରେ କ୍ରୀଡା ଓ ଯୁବବ୍ୟାପର ମନ୍ତ୍ରୀ ତୁଷାର କାନ୍ତି ବେହେରା, ଭେଟେରାନ୍ସ କ୍ଲବ ଓଡିଶା ସଭାପତି ବିଦ୍ୟାଧର ନାୟକ କାର୍ଯ୍ୟକ୍ରମ ପ୍ରଚାଳନା କରିଥିଲେ । ବିଭିନ୍ନ ସ୍କୁଲ କଲେଜରୁ ଛାତ୍ର ଛାତ୍ରୀ, ସ୍ଥାନୀୟ ରାଜନେତା ଓ ବୁଦ୍ଧିଜୀବୀ ବହୁ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.