ପ୍ରପୋଜ ଡ଼େ’ ରେ ଆର ମାଧବନଙ୍କୁ ଅନୋଖା ଅନ୍ଦାଜରେ ପ୍ରପୋଜ କଲେ ଫ୍ୟାନ, ସୋସିଆଲ ମିଡିଆରେ ଜୋର ଧରିଛି ଚର୍ଚ୍ଚା

ବଲିଉଡ ଅଭିନେତା ଆର ମାଧବନ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କିନ୍ତୁ ଏଥର କୌଣସି ଫିଲ୍ମ ପାଇଁ ନୁହେଁ ଏକ ପ୍ରପୋଜାଲ କେଶକୁ ନେଇ ବିଭିନ୍ନ ସୋସିଆଲ ମିଡିଆରେ ମାଧବନଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା । ପ୍ରକୃତରେ ତାଙ୍କର ଜଣେ ମହିଳା ଫ୍ୟାନ ପ୍ରପୋଜ ଡ଼େରେ ଟ୍ୱିଟର ଯୋଗେ ତାଙ୍କୁ ପ୍ରପୋଜ କରିଥିବା ଜଣାଯାଇଛି । ଆଉ ଏହାକୁ ନେଇ ସେ ଦେଇଥିବା ଏକ ମଜାଦାର ରିଆକ୍ସନକୁ ବି ଫ୍ୟାନ୍ସ ମାନେ ଖୁବ ପସନ୍ଦ କରିଛନ୍ତି ।

r madhaban

ପ୍ରକୃତରେ ଜଣେ କେହି ଫ୍ୟାନ ତାଙ୍କୁ ଟ୍ୟାଗ କରି ଲେଖିଥିଲେକି, “୮ ଗ୍ରହ, ୨୦୪ ଟି ଦେଶ, ୭ ଟି ସମୁଦ୍ର, ୭୭୦୭ଟି ଦ୍ବୀପ ସମେତ ୭
.୮ ବିଲିୟନ ଜନସଂଖ୍ୟା ବିଶିଷ୍ଟ ବ୍ରହ୍ମାଣ୍ଡରେ ମୁଁ କେବଳ ଆପଣଙ୍କୁ ହିଁ ଭଲ ପାଉଛି । ଶେଷ ନିଶ୍ଵାସ ପର୍ଯ୍ୟନ୍ତ ମୁଁ ଆପଣଙ୍କୁ ହିଁ ଭଲ ପାଇବି । ପ୍ଲିଜ ମୋ ପ୍ରପୋଜାଲକୁ ସ୍ୱୀକାର କରନ୍ତୁ । ମୋର ଏହି ଜୀବନରେ ଆପଣ ହିଁ ମୋ ଜୀବନର ପ୍ରକୃତ ପ୍ରେମ, ମୋର ବ୍ରହ୍ମାଣ୍ଡ, ମୋର ସୌର ମଣ୍ଡଳ, ଆଉ ମୋର ଆକାଶ ଗଙ୍ଗା ।”

ସେପଟେ ମାଧବନ ବି ଫ୍ୟାନଙ୍କ ଏହି ପ୍ରସ୍ତାବର ଜବାବ ଦେବା ସହ ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ଆଉ କହିଛନ୍ତିକି “ଭଗବାନ ଆପଣଙ୍କୁ ସବୁବେଳେ ଖୁସିରେ ରଖନ୍ତୁ । ଆପଣଙ୍କ ଏହି ନିଚ୍ଛକ ଭଲ ପାଇବା ପାଇଁ ଧନ୍ୟବାଦ ।” ଯାହାକୁ ସୋସିଆଲ ମିଡିଆରେ ଖୁବ ପ୍ରଶଂସା କରାଯାଉଛି । କହିରଖୁଛୁକି, ୫୦ ବର୍ଷୀୟ ଆର ମାଧବନ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି । ପ୍ରାୟ ଅଧିକାଂଶ ସମୟରେ ସେ ଏମିତି ମଜାଦାର ମେସେଜ ପାଇବା ସହ ଖୁବ ଓ ଉତ୍ସୁକତାର ସହ ଏହାର ଜବାବ ଦେଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.