ଲଭ୍‌,ସେକ୍ସ ଓ ଧୋକା: ଫେସବୁକରୁ ଆରମ୍ଭ ହୋଇଥିଲା ପ୍ରେମ ତାପରେ ଶାରୀରିକ ସମ୍ପର୍କ, ବାହା ହେବାକୁ ଜିଦ୍ ଧରି ଏବେ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ଜଳେଶ୍ବର: ଗତକାଲି ଥିଲା ଭାଲେଣ୍ଟାଇନ୍‌ ଓ୍ଵିକ୍‌ର ପ୍ରୋପୋଜ ଡେ । ତେବେ ପ୍ରେମ ବଦଳରେ ପ୍ରତାରଣା ପାଇଲେ ପ୍ରେମିକା। ଫେସବୁକରୁ ଆରମ୍ଭ ହୋଇ ଥିଲା ବନ୍ଧୁତା। ବନ୍ଧୁତାରୁ ସୃଷ୍ଟି ହେଲା ପ୍ରେମ। ଉଭୟଙ୍କ ମଧ୍ଯରେ ଦୀର୍ଘ ଦୁଇ ବର୍ଷ ଧରି ଗଢି ଉଠିଥିଲା ନିବିଡ ସମ୍ପର୍କ। ପରେ ପ୍ରେମିକ ଜଣକ ବିବାହର ପ୍ରତିଶୃତି ଦେଇ ବିଭିନ୍ନ ସମୟରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲା।

ଏହା ପରେ ପ୍ରେମିକା ବାହା ହେବା ପାଇଁ ଜିଦ୍ ଧରିବାରୁ ବାହାଘରକୁ ଏଡାଇବା ପାଇଁ ପ୍ରେମିକ ବିଭିନ୍ନ ବାହାନା କରି ପ୍ରେମିକାଠାରୁ ଦୂରେଇ ଯିବାକୁ ଚେଷ୍ଟା କରୁଥିଲା। ମାତ୍ର ପ୍ରେମିକା ଜଣକ ନିଜ ପ୍ରେମକୁ ପାଇବା ପାଇଁ ପ୍ରେମିକର ଘରକୁ ଯାଇ ବାହା ହେବାକୁ ଜିଦ୍ ଧରି ଘର ସାମ୍ନା ରେ ଧାରଣାରେ ବସିଥିଲା। ମାତ୍ର ପ୍ରେମକୁ ସ୍ବୀକୃତି ନମିଳିବା ଫଳରେ ପ୍ରେମିକା ଜଣକ ବାଧ୍ଯ ହୋଇ ବାଲିଆପାଳ ଥାନାରେ ଦ୍ବାରସ୍ଥ ହୋଇଛି ।

ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ମନ୍ମଥ ମହାନ୍ତିଙ୍କ ପୁଅ ଚକ୍ରଧରଙ୍କ ସହ ଅଣଦେଉଳା ଗ୍ରାମର ବିଜୟ ସାମନ୍ତରାୟଙ୍କ ଝିଅ ସୀତାରାଣୀଙ୍କ ମଧ୍ଯରେ ଫେସବୁକରୁ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଯୁବତୀ ଜଣକ ଚକ୍ରଧରଙ୍କୁ ବାହା ହେବା ପାଇଁ ଜିଦ୍ ଧରିବାରୁ ଚକ୍ରଧର ଘର ଛାଡି କେଉଁ ଆଡେ ଫେରାର ହୋଇଯାଇଛି । ଯୁବତୀ ଜଣକ ଚକ୍ରଧରଙ୍କ ଘର ସାମ୍ନାରେ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ ସୁଦ୍ଧା ପୁଅ ଘର ପକ୍ଷରୁ କୌଣସି ନ୍ଯାୟ ନମିଳିବାରୁ ଯୁବତୀ ଜଣକ ଶେଷରେ ବାଲିଆପାଳ ଥାନାରେ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.