Below header

ଥାନାଧିକାରୀଙ୍କ ମହାନତା, ଆହତ ଯୁବତୀଙ୍କୁ ନିଜ ଗାଡ଼ିରେ ନେଲେ ମେଡିକାଲ

ଜଗତସିଂହପୁର: ପୋଲିସ ମାନଙ୍କୁ ନେଇ ଆମ ମନରେ ଏକ ଧାରଣା ରହିଛି ଯେ ସେମାନେ ବହୁତ କଠୋର ହୋଇଥାନ୍ତି। କିନ୍ତୁ ସାଧାରଣ ଲୋକଙ୍କର ଏହି ଧାରଣାକୁ ବଦଳାଇ ଦେଇଛନ୍ତି ଜଗତସିଂହପୁର ଥାନା ଅଧିକାରୀ। ରାସ୍ତାରେ ଆହତ ଅବସ୍ଥାରେ ପଡ଼ିଥିବା ଜଣେ ଯୁବତୀଙ୍କୁ ସାହାଯ୍ୟ କରି ମାନବିକତା ଦେଖାଇଛନ୍ତି ଥାନା ବାବୁ।

ରିପୋର୍ଟ ଅନୁସାରେ, ଜଗତସିଂହପୁର ମୁଖ୍ୟ ରାସ୍ତାରେ ଜଣେ ଯୁବତୀ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ ଶରୀରରେ ଆଘାତ ଲାଗିବା କାରଣରୁ ସେ ଉଠିପାରୁନଥିଲେ। ଏହି ସମୟରେ ଥାନାଧିକାରୀ ରଜନୀ ରଞ୍ଜନ ମିଶ୍ର ମହାନତା ଦେଖାଇ ତୁରନ୍ତ ସହଯୋଗୀ ପୋଲିସମାନଙ୍କୁ ଡାକି ଆହତ ଯୁବତୀଙ୍କର ପ୍ରାଥମିକ ଚିକିତ୍ସା କରାଇଥିଲେ। ପରେ ସେ ତାଙ୍କୁ ନିଜ ଗାଡ଼ିରେ ମେଡିକାଲ ନେଇ ଚିକିତ୍ସା କରାଇଛନ୍ତି। ତେବେ ପୋଲିସ ବାବୁଙ୍କର ଏହି ମହତ କାର୍ଯ୍ୟ ପାଇଁ ସମସ୍ତେ ତାଙ୍କୁ ଭୁରୁ ଭୁରି ପ୍ରଶଂସା କରୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.