ରାଜ କପୁରଙ୍କ ସବୁଠୁ ସାନ ପୁଅ ରାଜୀବ କପୁରଙ୍କ ୫୮ ବର୍ଷ ବୟସରେ ପରଲୋକ

ରାଜ କପୁରଙ୍କ ସବୁଠୁ ସାନ ପୁଅ ରାଜୀବ କପୁର ମଙ୍ଗଳବାର ମୁମ୍ବାଇ ଠାରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ମୃତ୍ୟୁର କିଛି ସମୟ ପୂର୍ବରୁ ହିଁ ତାଙ୍କୁ ହୃଦଘାତ ହୋଇଥିବା ବେଳେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳ ସମୟରେ ସେ ସୁସ୍ଥ ଥିଲେ ମଧ୍ୟ ଜଳଖିଆ ଖାଇବା ପରେ ଅସହଜ ମନେ କରିଥିଲେ । ପରେ ଛାତି ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା । ଶେଷ ସମୟରେ ବଡ ଭାଇ ରଣନ୍ଧିର କାପୁର ତାଙ୍କ ନିକଟରେ ଉପସ୍ଥିତ ଥିଲେ । ଖବର ବାବଦରେ ପ୍ରଥମେ ସେ ହିଁ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏହା ସହ ପ୍ରତିକ୍ରିୟାରେ କହିଛନ୍ତିକି ଚିକିତ୍ସକ ମାନେ ଶତ ଚେଷ୍ଟା କରିଥିଲେ ବି କୌଣସି ସୁଫଳ ମିଳିନାହିଁ ।

“ଏକ ଜାନ ହେଁ ହମ” ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ରାଜୀବ । ତାଙ୍କର ସବୁଠୁ ବଡ଼ ହିଟ ଫିଲ୍ମ ଥିଲା “ରାମ ତେରୀ ଗଙ୍ଗା ମେଲି” । ଯେଉଁଥିରେ ତାଙ୍କ ନିଖୁଣ ଅଭିନୟ ଆଜି ବି ଦର୍ଶକଙ୍କ ମନରୁ ଲିଭିନାହିଁ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ମନ୍ଦାକିନୀ । ଭାଉଜ ନିତୁ କାପୁର ବି ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ରାଜୀବଙ୍କ ଏକ ଫଟୋ ସେୟାର କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।ଗତ ବର୍ଷ ଅଭିନେତା ରୁଷି କପୁରଙ୍କ ନିଧନ ହୋଇଥିବା ବେଳେ ଏହାର କିଛି ମାସ ଭିତରେ ପୁଣି ଥରେ କାପୁର ବଂଶକୁ ଏକ ବଡ଼ ଝଟକା ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.