ଦୀପିକାଙ୍କୁ କରୋନା, ବାପା ହସ୍ପିଟାଲରେ ଭର୍ତ୍ତି ପରେ ଝିଅ ହେଲେ କରୋନାର ଶିକାର

କରୋନା ଭାଇରସର ଦ୍ବିତୀୟ ଲହର ଥମିବାର ନାମ ହିଁ ନେଉନାହିଁ । ବିଭିନ୍ନ ପ୍ରକାର ନୀତି ନିୟମ ଜାରି ହେବା ପରେ ବି କରୋନା ଭାଇରସ୍ ଆତଙ୍କ ଖେଳାଇ ଚାଲିଛି । କିଛି ଦିନ ପୂର୍ବେ ଦୀପିକା ପାଦୁକୋନଙ୍କ ପିତା ପ୍ରକାଶ ପାଦୁକୋନ କରୋନା ସଂକ୍ରମିତ ହେବା ଖବର ସାମନାକୁ ଆସିଥିଲା । ଏବେ ଦୀପିକା ପାଦୁକୋନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।

ଦୀପିକାଙ୍କ ପିତା ଗତ ସପ୍ତାହ ହେଲା କରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ ନିକଟରେ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ନିଜେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ କରୋନା କବଳରେ ପଡ଼ିଛନ୍ତି ।

ବଲିଉଡ ଇଣ୍ଡଷ୍ଟ୍ରୀରେ ଏବେ କରୋନା ଘର କରିଛି। ସବୁଦିନ କେହି ନା କେହି କରୋନା ସଂକ୍ରମିତ ହେଉଛନ୍ତି । ବର୍ତ୍ତମାନର ସମୟରେ ରୁବିନା ଦିଲୈକ, ହିନା ଖାନ୍ ଓ ଅନିରୁଦ୍ଧ ଦବେଙ୍କ ଭଳି ଷ୍ଟାର୍ମାନେ କରୋନା ସଂକ୍ରମିତ ହୋଇଥିଲେ। ବଲିଉଡରେ ପୂର୍ବରୁ ବଲିଉଡ୍ରୁ ଆଲିଆ ଭଟ୍ଟ, ଭୂମି ପେଡନେକର, ଭିକ୍କି କୌଶଲ, କ୍ଯାଟ୍ରିନା କୈଫ୍ , ଅକ୍ଷୟ କୁମାର ଓ ସୋନୁ ସୁଦଙ୍କ ଭଳି ଷ୍ଟାରମାନେ କରୋନା ପଜିଟିଭ୍ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.