ରଦ୍ଦ ହୋଇନି ଆଇପିଏଲ, ସ୍ଥିତିରେ ସୁଧାରେ ଆସିଲେ ହେବ ଅବଶିଷ୍ଟ ମ୍ଯାଚ : ରାଜୀବ ଶୁକ୍ଲା

ଚଳିତବର୍ଷର ଆଇପିଏଲ ମ୍ଯାଚ ରଦ୍ଦ ହୋଇନି । ଆଇପିଏଲ ବନ୍ଦ ହୋଇଯିବାରୁ ଫ୍ଯାନ ନିରାଶ ହୋଇପଡିଥିଲେ। କିନ୍ତୁ ଆଇପିଏଲ ରଦ୍ଦ ହୋଇନାହିଁ। କିଛିଦିନ ପାଇଁ ସ୍ଥଗିତ ରହିଛି। କରୋନା ସ୍ଥିତିରେ ସୁଧାର ଆସିଲେ ଅବଶିଷ୍ଟ ମ୍ୟାଚ୍ ହେବ ବୋଲି କହିଛନ୍ତି ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା । ଏପ୍ରିଲ ୯ରୁ ଆରମ୍ଭ ହୋଇଥିବା ଇଣ୍ଡିଆନ୍ ପ୍ରିମିୟର ଲିଗରୁ ମାତ୍ର ୨୯ ମ୍ୟାଚ୍ ଖେଳାଯାଇଛି । ଆହୁରି ୩୧ ଟି ମ୍ୟାଚ୍ ବାକି ରହିଛି ।

କେବଳ ଏହାକୁ କିଛିଦିନ ପାଇଁ ବ୍ରେକ୍ ଲଗାଯାଇଛି । ସମୟ ଆସିଲେ ସବୁ କିଛି ଠିକ୍ ହୋଇଗଲେ ପରବର୍ତ୍ତୀ ମ୍ୟାଚ୍ ସବୁ ଖେଳାଯିବାକୁ ନିଷ୍ପତ୍ତି ହୋଇଛି । ତେବେ କେବେ ହେବ ସେନେଇ ନିଷ୍ପତ୍ତି ହୋଇନି । ଏହା ଆଗାମୀ ଦିନରେ ସ୍ପଷ୍ଟ ହେବ ବୋଲି ରାଜୀବ ଶୁକ୍ଲା କହିଛନ୍ତି। ଗତ କିଛିଦିନ ହେବ ଧରି ଆଇପିଏଲ ଖେଳାଳିମାନେ ଲାଗାତାର ଭାବେ ସଂକ୍ରମିତ ହେବାରେ ଲାଗିଥିଲେ । ଏପରିକି ଖେଳାଳିଙ୍କ ସହ କୋଚ୍ ଓ ଅନ୍ୟ ସଦସ୍ୟ ବି କରୋନାର ଶିକାର ହୋଇଥିଲେ । ଏସବୁକୁ ଦୃଷ୍ଟିରେ ରଖି ଆଇପିଏଲ ବନ୍ଦ କରିବାକୁ ବାଧ୍ୟ ହୋଇଥିଲୁ ବୋଲି ବିସିସିଆଇ ଉପାଧ୍ୟକ୍ଷ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.