ସ୍ତ୍ରୀର ଦ୍ୱିତୀୟ ବାହାଘର ଭାଙ୍ଗିଲେ ସ୍ବାମୀ, ଖବର ପାଇ ପହଁଚିଲେ ଥାନାରେ

ଯାଜପୁର ଟାଉନ୍: ସ୍ତ୍ରୀର ଦ୍ୱିତୀୟ ବିବାହ ଘରେ ହେଉଥିବା ଖବର ପାଇ ଥାନାରେ ଦ୍ୱାରସ୍ଥ ହେଲେ ସ୍ୱାମୀ। ଯାଜପୁର ଧର୍ମଶାଳା ଥାନା ଅନ୍ତର୍ଗତ କଂଟିଗଡିଆ ଗାଁର ଭାଗ୍ୟଧର ଦାସ । ଲକ୍ଷ୍ମଣପୁର ଗାଁରେ ନିଜ ସ୍ତ୍ରୀ ଅନ୍ୟ ଏକ ସ୍ଥାନରେ ବିବାହ କରୁଥିବା ନେଇ ଯାଜପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ମିଳିବା ପରେ ଉଭୟ ପକ୍ଷକୁ ଆଣି ଥାନାରେ ପଚରା ଉଚୁରା କରାଯାଇଥିଲା । କିନ୍ତୁ ଭାଗ୍ୟଧର କରିଥିବା ସମସ୍ତ ଅଭିଯୋଗକୁ ସଂପୁର୍ଣ୍ଣ ଅସ୍ୱିକାର କରିଥିଲେ ଯୁବତୀଙ୍କ ପରିବାର ।

ଓଲଟି ଭାଗ୍ୟଧର ତାଙ୍କ ପରିବାରର ମାନ ସମ୍ମାନକୁ ପଦାରେ ପକାଇଛି ଓ ସେଥିପାଇଁ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ପୋଲିସ ନିକଟରେ ଭାଗ୍ୟଧର ଦେଇଥିବା ବିବାହର ପ୍ରମାଣ ପତ୍ର ଓ ଫଟୋ ସବୁକୁ ନକଲି ବୋଲି କହିଥିଲେ ଯୁବତୀଙ୍କ ପରିବାର । ଭାଗ୍ୟଧର ଜୋରଜବରଦସ୍ତ ଆମ ଝିଅକୁ ବିବାହ କରିବାକୁ ଚାହୁଁଛି ସେଥିପାଇଁ ଏଭଳି ନାଟକ କରୁଥିବା ଯୁବତୀଙ୍କ ପରିବାର ଲୋକେ କହିଥିଲେ ।

ଅନ୍ୟପଟେ ଆଜି ଯୁବତୀର ବିବାହ ହେବାକୁ ଥିବାବେଳେ ଏଭଳି ବିବାଦ ଆସିବା ପରେ ବିବାହଘର ଭାଙ୍ଗିଯାଇଥିବା ଜଣାପଡିଛି । ତେବେ ଏହି ଘଟଣା ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.