କେନ୍ଦୁଝର ଉଦୟପୁର ବିଟ୍ ମଉଦିପା ଗ୍ରାମରେ ଘର ଭିତରେ ପଶି ଆକ୍ରମଣ କଲା ଭାଲୁ, ଜଣେ ଆହତ

ଘଟଗାଁ: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଉଦୟପୁର ବିଟ୍ ମଉଦିପା ଗ୍ରାମରେ ଭାଲୁ ଆତଙ୍କ । ଗତକାଲି ଏକ ଜଙ୍ଗଲୀ ଭାଲୁ ଗାଁ ଭିତରକୁ ପଶି ଆସି ଗ୍ରାମର ସୁଦର୍ଶନ ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ କାମୁଡି ଆହତ କରିଥିବା ସୂଚନା ମିଳିଛି । ଏଥି ସହ ଭାଲୁଟି ଗ୍ରାମର ଅଭିମନ୍ୟୁ ନାଏକଙ୍କ ଘର ଭିତରକୁ ମଧ୍ଯ ପଶି ଆସିଥିଲା ।

ଘର ଭିତରେ ଭାଲୁ ଥିବାବେଳେ, ଭାଲୁକୁ ଦେଖିବାକୁ ଲୋକଙ୍କ ଗହଳି ଜମିଥିଲା । ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଭାଲୁଟିକୁ ଘର ଭିତରୁ ଘଉଡାଇଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ଭାଲୁ ଆକ୍ରମଣରେ ଆହତ ସୁଦର୍ଶନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.