ସୁକେଶ ଚନ୍ଦ୍ରଶେଖରଙ୍କ ଅପରାଧ ଇତିହାସ ଜାଣିଥିଲେ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌, ତଥାପି ନେଉଥିଲେ ଉପହାର ଓ ଟଙ୍କା

ନୂଆଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖରଙ୍କ ଅପରାଧ ଇତିହାସ ଜାଣିଥିଲେ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ । ସବୁ ଜାଣି ଶୁଣି ଉପହାର ଓ ଟଙ୍କା ନେଉଥିଲେ । ୨୦୨୧ ଜାନୁଆରୀରୁ ଦିଲ୍ଲୀ ପୋଲିସ ଦ୍ୱାରା ଚନ୍ଦ୍ରଶେଖର ଗିରଫ ହେବା ପର୍ଯ୍ୟନ୍ତ ଟଙ୍କା ନେଉଥିଲେ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ । ଇଡି ତାର ଚାର୍ଜସିଟ୍‌ରେ ଏହା ଉଲ୍ଲେଖ କରିଛି । ସୁକେଶ ଚନ୍ଦ୍ରଶେଖରଙ୍କ ଅପରାଧ କଥା ଆଦୌ ଜାଣି ନଥିଲେ ବୋଲି ପୂର୍ବରୁ ଦାବି କରିଥିଲେ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ । ଏହା ମିଛି ବୋଲି କହିଛି ଇଡି।

ସୁକେଶ ଚନ୍ଦ୍ରଶେଖରଙ୍କ ଅପରାଧ ସାମ୍ରାଜ୍ୟ ସଂପର୍କରେ ଜାକଲିନ୍‌ ଭଲ ଭାବେ ଜ୍ଞାତ ଥିଲେ ବୋଲି ଇଡି କହିଛି। ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ୨୦୦ କୋଟି ଟଙ୍କାର ବଟି ଆଦାୟ ମାମଲାରେ ତଦନ୍ତ କରୁଛି ଇଡି । ଏହି ମାମଲାରେ ଅଭିଯୁକ୍ତ ଅଛନ୍ତି ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ।

ଚନ୍ଦ୍ରଶେଖରଙ୍କ ଠାରୁ ଜାକ୍‌ଲିନ୍‌ ଯାହା ଯାହା ଉପହାର ନେଇଥିଲେ ସେସବୁ ଇଡିର ସବୁ ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି। ଚନ୍ଦ୍ରଶେଖର ଜାକ୍‌ଲିନଙ୍କୁ ୭ କୋଟି ୧୨ ଲକ୍ଷ ଟଙ୍କା ଏବଂ ୫ କୋଟି ୭୧ ଲକ୍ଷ ଟଙ୍କାର ଗିଫ୍‌ଟ ଦେଇଥିବା ଇଡି କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.