ହିରୋ ନଂ ଓ୍ଵାନ୍‌ ଗୋବିନ୍ଦା ଗାଇଲେ ଗୀତ, ମ୍ୟୁଜିକ୍‌ ଦେଲେ ଗୁଡଲୀ ରଥ

ଭୁବନେଶ୍ୱର (କେନ୍ୟୁଜ୍‌) : ଓଡିଶା ଆସି ହିନ୍ଦୀ ଗୀତ ଗାଇଲେ ବଲିଉଡ ସୁପରଷ୍ଟାର ଗୋବିନ୍ଦା । ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥଙ୍କ ସ୍ୱର ସଂଯୋଜନାରେ ଗୋବିନ୍ଦା ଆଜି ଗୋଟିଏ ଗାଇଛନ୍ତି ହିନ୍ଦୀ ଗୀତ ଭୁବନେଶ୍ୱର ସ୍ଥିତ ଏକ ଷ୍ଟୁଡିଓରେ। ନିଜେ ଗୋବିନ୍ଦା ଗୀତ ଲେଖିଛନ୍ତି ଓ ଏବେ ନିଜେ କଣ୍ଠ ଦାନ କରୁଛନ୍ତି । ତେବେ ଯାହା ସୂଚନା ରହିଛି, ଗୀତଟି ସମ୍ପୂର୍ଣ୍ଣ ହେଲା ପରେ ଏଥିରେ ଅଭିନୟ କରିବେ ସମସ୍ତଙ୍କର ପ୍ରିୟ ବଲିଉଡ କଳାକାର ତଥା ଅନେକ ଫିଲ୍ମରେ ଗୋବିନ୍ଦାଙ୍କ ଯୋଡ଼ି ଥିବା ଶକ୍ତି କପୁର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.